Home ଜିଲ୍ଲା ପରିକ୍ରମା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ୫ମ ଜିଲ୍ଲା ସମ୍ମିଳନୀ

ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ପକ୍ଷରୁ ୫ମ ଜିଲ୍ଲା ସମ୍ମିଳନୀ

7

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପାଚିକା ସହାୟିକାଙ୍କ ସମ୍ମିଳନୀ ଅବସର ରେ ବସ ଷ୍ଟାଣ୍ଡ ଉପରେ ସି ଆଇ ଟି ୟୁ ର ପତାକା ଉତୋଳନ କରିଥିଲେ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ ଓ ସମବେତ ଶତାଧିକ ଶ୍ରମିକ ମାନେ ସହିଦ ବେଦିରେ ପୂଷପ ଦେବାପରେ , ଶାନ୍ତିଲତା ନାୟକ, ବାସନ୍ତୀ ବେହେରା, ସୀତା ଦାଶ, ମହେଶ୍ୱର ନାୟକ, ସେକ୍‌ଶିକ୍ରୁ, କମର, କାଲୁ, ମିନତୀ ପ୍ରଧାନ, ଶକୁନ୍ତଳା କେଶ ଙ୍କ ନେତୃତ୍ୱ ରେ ଏକ ବିରାଟ ପଟୁଆର ରେ ସହର ପରିକ୍ରମା କରିବା ପରେ ସଂସ୍କୃତି ଭବନ ରେ ଶାନ୍ତିଲତା ନାୟକ, ବାସନ୍ତୀ ବେହେରା ଓ ଆରଣପୁର୍ଣ୍ଣ ସେଠୀ ଙ୍କୁ ନେ଼ଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନରେ ପରିଚାଳନା କରିଥିଲେ। ସମ୍ମିଳନୀ ରେ ସହିଦ ସ୍ମୃତି ରେ ଏକ ମିନିଟ୍ ନିରବତା ଅବଲମ୍ବନ କରି ବାପରେ, ସମ୍ମିଳନୀ କୁଉଦ୍ଘାଟନ କରିଥିଲେ ଶ୍ରମିକ ନେତା ଉଲ୍ଲାସ ସ୍ୱାଇଁ ସେ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ ଡବଲ ଇଞ୍ଜିନ ସରକାର୍ ଜେହୁଁ ନୀତି ଦେଶ ର ଆଣିଛନ୍ତି ଶ୍ରମିକ ମାନେ ଦିନକୁ ୧୦ଘଂଟା କମକରିବେ, ମହିଳା ଶ୍ରମିକ ରାତିରେ କାମ କରିବାକୁ ତାର ପ୍ରତିବାଦ କରିବା ପାଇଁ ପାଚିକା ସହାୟିକାଙ୍କ ଦରମା ମାସକୁ ୨୬୦୦୦ଟଙ୍କା ଦେବା, ସେମାନଂକୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା ଓ ଅବସର ପରେ ମାସକୁ ୫୦୦୦ଟଙ୍କା ପେନସନ ବ୍ୟବସ୍ଥା କରିବା ପାଇଁ ଅହୁଆନ ଦେଇଥିଲେ। ଏହି ସମ୍ମିଳନୀ ରେ ସୀତା ଦାଶ ଏକ ଲିଖିତ ରିପୋର୍ଟ ପାଠ କରିଥିଲେ। ଏହି ସମ୍ମିଳନୀ ରେ ବକ୍ତବ୍ୟ ରଖିଥିଲେ ରାଜ୍ୟ ନେତ୍ରୀ ଖିରମଣି ମହନ୍ତ, ଦିବ୍ୟ ସିଂହ ନାୟକ, ବିଷ୍ଣୁ ଦାଶ, ମଳୟ ଭୋଇ, ମହେଶ୍ୱର ନାୟକ, ଶାନ୍ତିଲତା ନାୟକ, ଶକୁନ୍ତଳା କେଶ, ଆରଣପୂର୍ଣ୍ଣ ସେଠୀ, ରଶ୍ମି ରେଖା ତ୍ରିପାଠୀ, ଗିରିଧାରୀ ନାଥ। ଏହି ସମ୍ମିଳନୀ ରେ ମସଗ୍ଧଙ୍କ ଜିଲ୍ଲା ସମ୍ପାଦକ କାଳନ୍ଦୀ ପାତ୍ର ବର୍ତମାନ ସରକାର୍ ଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବାକୁ ଚେତାବନୀ ଦେବା ସହ ମସଗ୍ଧଙ୍କ କୁ ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଏକ ୨୨ଜଣିଆ କମିଟି ଗଠନ ହେଇଥିଲା ଏହି ସମ୍ମିଳନୀ ରେ ଦିବ୍ୟ ସିଂହ ନାୟକ ସଭାପତି, ଶାନ୍ତିଲତା ନାୟକ ସମ୍ପାଦିକା ଓ ବିଷ୍ଣୁ ଦାଶ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଛନ୍ତି। ସମ୍ମିଳନୀ ରେ ସମବେତ ଶତାଧିକ ଶ୍ରମିକ ମାନେ ଦୁର୍ଦ୍ଦିନରେ ଦିନକତୁଥିବାରୁ ଅତୀତର ନବୀନ ପଟ୍ଟନାୟକଙ୍କ ସରକାର୍ ଓ ଏବେର ମୋହନ ମାଝୀ ସରକାର୍ ଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଶେଷ ରେ ସି ଆଇ ଟି ୟୁ କୁ ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.