Home ଜିଲ୍ଲା ପରିକ୍ରମା ମଧୁସୂଦନ ଜେନାଙ୍କ ୩୪ ତମ ସ୍ମୃତି ସମାରୋହ

ମଧୁସୂଦନ ଜେନାଙ୍କ ୩୪ ତମ ସ୍ମୃତି ସମାରୋହ

4

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧୁସୂଦନ ଜେନାଙ୍କ ୩୪ତମ ସ୍ମୃତି ସମାରୋହ ପୁରୁଣା ବଜ଼ାର ସ୍ଥିତ ନାରାୟଣ ଚନ୍ଦ୍ର ବିଦ୍ୟାଳୟ ପ୍ରାଣଙ୍ଗନରେ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ଓ ଏହି ସ୍ମୃତି ସଭା ସମାରୋହରେ ସଭାପତି ଏସ.ଏମ.ଫାରୁକଙ୍କ ସଭାପତିତ୍ୱରେ ସମ୍ପାଦକ ହାଜି ଅବଦୁଲ ମୁକିତ ଖାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଅତିଥି ମାନଙ୍କୁ ମଂଚ ଉପରେ ଆମନ୍ତ୍ରଣ କରିଥିଲେ । ଏହି ସଭାରେ ଅତିଥି ଭାବେ ଲଲାଟେନ୍ଦୁ ମହାନ୍ତି, ଆସ୍ୟିାନା ପ୍ରତିଷ୍ଠାତା ଶେଖ ଅବୁ ସଲାମ, ପୌରପାଳିକା ଅଧକ୍ଷ ଗୁଲମାକ୍କୀ ଦଲୱାଜି ହବିବ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୁରାତନ ଛାତ୍ର ମୋହନ ମାଜିଥିଆ, ତ୍ୟାଗଭୂମି ପ୍ରତିଷ୍ଠାତା ଅଜୟ ନାୟକ , ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ, ଶାନ୍ତନୁ ରାଉତ ଓ ଶିକ୍ଷକ ତଥା କବି ମୁସ୍ତାକ ଗୌହର ଯୋଗଦାନ କରି ମଧୁସୂଦନ ଜେନାଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ମଧୁସୂଦନ ଜେନା ୧୯୫୩ ରୁ ୧୯୭୧ ପର୍ଯ୍ୟନ୍ତ ତଥା ୧୮ ବର୍ଷ ଧରି ନାରାୟଣ ଚନ୍ଦ୍ର ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସୁରୁଖୁରେ ଦାୟିତ୍ୱ ରହି ଅବସର ନେଇଥିଲେ। ଭଦ୍ରକରେ ଶିକ୍ଷାଜ୍ୟୋତି ପ୍ରଚାରରେ କାର୍ଯ୍ୟ କରିଥିବାରୁ ରତ୍ନାକାର ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ୨୦୨୫ ମସିହାରେ ନାରାୟଣ ଚନ୍ଦ୍ର ବିଦ୍ୟାଳୟ ଆନୁକୂଲ୍ୟରୁ ମେଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିବା ଛାତ୍ର ଶେଖ ଅବଦୁଲ ଖାଲିକ ଓ ଜୈନବ କାଦରୀ ଙ୍କୁ ମଧ୍ୟ ଫୁଲତୋଡ଼ା ସହ ଅର୍ଥରାଶି ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ସମାରୋହ ରେ ସ୍କୁଲର ଛାତ୍ର/ଛାତ୍ରୀ ସହିତ ଅଭିଭାବକ ଓ ଗୁରୁଜନ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସ୍ମୃତି ସମାରୋହକୁ ସୁଧାକର ରାଉତ , ହରିହର ନନ୍ଦୀ, ହାଜି କାସିମ ଖାନ, ଉଦୟ ନାରାୟଣ ମହାନ୍ତି, ମିର୍ଜା ଇଜ଼ାଜ଼ ବେଗ ଉପସ୍ଥିତ ରହି ପରିଚାଳନା କରିଥିଲେ । ପରିଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.