Home ଜିଲ୍ଲା ପରିକ୍ରମା ମଧୁମେହ ସଚେତନତା ପଦଯାତ୍ରା

ମଧୁମେହ ସଚେତନତା ପଦଯାତ୍ରା

535

ରାଉରକେଲା ୧୬-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଗାୟତ୍ରୀ ଶକ୍ତିପୀଠ, ରାଉରକେଲା ଓ ରାଉରକେଲା ଡାଏବେଟିସ ଫୋରମ ର ମିଳିତ ଆନୁକୂଲ୍ୟରେ ଏକ ମଧୁମେହ ସଚେତନତା ପଦଯାତ୍ରା ର ଅନୁଷ୍ଠିତ ହୋଇଯାଇଛି।ଏହି ପଦଯାତ୍ରାକୁ ଡ଼. ଏସ.କେ ବଂଶଲ ସବୁଜ ପତାକା ଦେଖାଇ ଆରମ୍ଭ କରିବା ସହ ପଡିଯାତ୍ରାର ନେତୃତ୍ୱ ନେଇଥିଲେ। ପଦଯାତ୍ରା ଗାୟତ୍ରୀ ଶକ୍ତିପୀଠରୁ ବାହାରି ଡିସୋଜା ସ୍କୁଲ ଦେଇ ସେକ୍ଟର ୨ ଏନଏସି ମାର୍କେଟ, ଇଣ୍ଡୋ ଜର୍ମାନ କ୍ଲବ, ବିଜୁ ପଟ୍ଟନାୟକ ଛକ ଦେଇ ଗାୟତ୍ରୀ ଶକ୍ତିପୀଠରେ ପହଞ୍ଚିଥିଲା। ଏହି ପଦଯାତ୍ରାରେ ମଧୁମେହ ରୋଗେ ବିଶେଷଜ୍ଞ ଡାକ୍ତର ତଥା ରାଉରକେଲା ଡାଏବେଟିସ ଫୋରମର ସଦସ୍ୟ ଡ଼.ଶିତେଶ ବଂଶଲ, ଡ଼ .ଆର.ବି ମହାପାତ୍ର, ଡ଼. ଏସ.କେ ରଥ, ଡ଼.ଏସ.ଆର ସାମଲ, ଡ଼.ଏସ.ଏନ କର ପ୍ରମୁଖ ସାମିଲ ହୋଇଥିଲେ। ଏହି ପଦଯାତ୍ରାରେ ଗାୟତ୍ରୀ ପରିବାରର ପ୍ରାୟ ୬୦ଜଣ ପରିଜନ ଯୋଗ ଦେଇଥିଲେ। ପଦଯାତ୍ରା ଗାୟତ୍ରୀ ଶକ୍ତିପୀଠ ରେ ପହଞ୍ଚିଲା ପରେ ଡ଼.ଆର.ବି ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ମଧୁମେହ ରୋଗ ଉପରେ ଆଲୋକପାତ କରିଥିଲେ। ପରେ ଅନ୍ୟ ଡାକ୍ତରମାନେ ମଧୁମେହ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋଚନା କରିଥିଲେ ଓ ଜନସାଧାରଣ ଙ୍କ ସମସ୍ୟା ର ନିରାକରଣ କରିଥିଲେ ଓ ପ୍ରତିମାସ ୧୪ ତାରିଖରେ ଏପରି ପଦଯାତ୍ରା ଆୟୋଜନ ବିଭିନ୍ନ ସ୍ଥାନରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଶେଷରେ ଗାୟତ୍ରୀ ପରିବାରର ବରିଷ୍ଠ ପରିଜନ ଶ୍ରୀ ଡି.ପି ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ରାଧାକାନ୍ତ ତ୍ରିପାଠୀ, ବିଜୟ କୁମାର କର ଓ ଶିବ ଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.