Home ଜିଲ୍ଲା ପରିକ୍ରମା ମଧୁବାବୁ ଭତ୍ତା ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ମଧୁବାବୁ ଭତ୍ତା ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

85

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଆନୁକୂଲ୍ୟରେ ମଧୁବାବୁ ଭତ୍ତା ଯୋଜନାରେ ଆଜି ଟାଉନ୍‌ହଲ ଠାରେ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ କମାର ମଲ୍ଲିକ ଯୋଗଦେଇ ଓଡ଼ିଶା ସରକାରଙ୍କର ଏହା ଏକ ଜନକଲ୍ୟାଣକାରୀ ଯୋଜନା ବୋଲି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିବା ସହ ଭତ୍ତା ବଣ୍ଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ବ୍ଲକ ଉପାଧ୍ୟକ୍ଷା ଜ୍ୟୋସ୍ନା ମଞ୍ଜରୀ ରାଉତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ କୁମାର ଜେନା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭତ୍ତା ବାଣ୍ଟିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଗୀତାରାଣୀ ମହାପାତ୍ର ଏହି କାର୍ଯ୍ୟକ୍ରମ ସଂଯୋଜନାରେ ଆନୁଷଙ୍ଗିକ ସହଯୋଗ କରିଥିଲୋ ପ୍ରକାଶ ଯୋଗ୍ୟ କି ଆଜି ଏହି ଯୋଜନାରେ ସମୁଦାୟ ୧୦୪ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ସେଥି ମଧ୍ୟରେ ୧୦୧ ଜଣଙ୍କୁ ବିଧବା ଭତ୍ତା, ୧ ଜଣ ତୃତୀୟ ଲିଙ୍ଗ, ୧ ଜଣ ଦିବ୍ୟାଙ୍ଗ ଓ ୧ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା । ୪ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ୟୁନିକ ଡ଼ିଜାବିଲିଟି ସ୍ମାର୍ଟକାର୍ଡ଼ ମଧ୍ୟ ବଣ୍ଟନ କରାଯାଇଥିଲା । ଯାହା ଏଟିଏମ୍ କାର୍ଡ଼ ଭଳି ସବୁଦିନ ପାଇଁ ସ୍ଥାୟୀ ଦିବ୍ୟାଙ୍ଗ ପ୍ରମାଣପତ୍ର ଭାବେ କାର୍ଯ୍ୟ କରିବ । ଉଲ୍ଲେଖଯୋଗ୍ୟ କି ଏହି ଭତ୍ତା ବାବଦ ଅର୍ଥରାଶି ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହିତାଧିକାରୀମାନଙ୍କୁ ପ୍ରାପ୍ତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.