ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚୋରି କରିବା ପାଇଁ ଆସି ଫସିଲା ଚୋର୍ । ଅନ୍ୟ ୩ ଜଣ ଚୋର ଖସି ଯାଇଥିବା ବେଳେ ନିଶାରେ ଫସିଗଲା ଜଣେ ଚୋର । ଲୋକ ଙ୍କୁ ମାଡ ମାରି ଟଙ୍କା ଲୁଟି ମଦ ପିଇବା ପାଇଁ ଅନ୍ୟ ୩ ଜଣ ଙ୍କ ସହ ଆସିଥିଲା ଯୁବକ । ଯୁବକ ଙ୍କ ଗାଡ଼ି ରୁ ମାରଣାସ୍ତ୍ର ମିଳିବା ସହ ନିଶା ଦ୍ରବ୍ୟ ମିଳିଛି । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ପଥରଆଡ଼ି ଗାଁ ର ଆରତ ରଞ୍ଜନ ବାରିକ ସ୍ତ୍ରୀ ଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିଲେ । ତେବେ ବିଳମ୍ବିତ ରାତି ରେ କେତେକ ଯୁବକ ତାଙ୍କ ଘର୍ ର କାନ୍ଥ ଖୋଲୁଥିବା ନେଇ ଖବର ପାଇଥିଲେ । ତେବେ ଗ୍ରାମବାସୀ ମାନେ ୪ ଜଣ ଙ୍କ ମଧ୍ୟ ରୁ ଜଣେ ଯୁବକ ଙ୍କୁ ମାଡ଼ି ବସିଥିଲେ । ଯୁବକ ଜଣକ ଏସବୁ ଗ୍ରାମବାସୀଙ୍କ ସମ୍ମୁଖରେ ସତ ମାନିଥିଲା । ଅଟକ ଯୁବକଙ୍କ କହିବା ଅନୁଯାୟୀ ସେ ଅନ୍ୟ ୩ ଜଣ ଯୁବକଙ୍କ ସହ ଆସିଥିଲେ । ଏକ ମଦ ବାର ରେ ୩ ଯୁବକ ଙ୍କୁ ଭେଟିଥିବା ବେଳେ ତାଙ୍କୁ ପୁଣି ମଦ ଦେବା ପ୍ରତିଶ୍ରୁତି ଦେଇ ଡାକିଥିଲେ । ଚୋରି ପାଇଁ କାନ୍ଥ ଖୋଳିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଥିଲେ ଓ ସେ ଲୋକଙ୍କ ଦ୍ୱାରା ଧରା ପଡ଼ିଥିଲା । ଯୁବକର ବାଇକ୍ରୁ ମାରଣାସ୍ତ୍ର ଓ ନିଶା ଦ୍ରବ୍ୟ ମିଳିଛି । ଘର ମାଲିକ ଭୁବନେଶ୍ୱରରୁ ଆସି ଭଦ୍ରକ ଗ୍ରାମାଂଚଳ ଥାନା ରେ ଅଭିଯୋଗ କରିଛନ୍ତି ।








