Home ଜିଲ୍ଲା ପରିକ୍ରମା ମଦ ମାଫିଆଙ୍କ ଦୌରାତ୍ମ, ଜଣେ ଗୁରୁତର, ପ୍ରତିବାଦରେ ସଲ୍ଟରୋଡ଼ ଅବରୋଧ

ମଦ ମାଫିଆଙ୍କ ଦୌରାତ୍ମ, ଜଣେ ଗୁରୁତର, ପ୍ରତିବାଦରେ ସଲ୍ଟରୋଡ଼ ଅବରୋଧ

116

ବାହାନଗା, ୨୧ା୮(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରସାଳପୁର ଠାରେ ମଦମାଫିଆଙ୍କର ଦୌରାତ୍ମ ଯୋଗୁଁ ଜଣେ ଗୁରୁତର ହୋଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଅପରାହ୍ନରେ ମଦ ମାଫିଆ ମାନେ ମଦ ବାଇକରେ ନେଇ ବାଲେଶ୍ୱର ଆଡ଼ୁ ଗୋପାଳପୁର ଅଭିମୁଖେ ଆସୁଥିଲେ। ରସାଳପୁର ଛେଳିଆପଦା ଛକ ନିକଟରେ ଏହି ଗ୍ରାମର କମଳାକାନ୍ତ ବରିକଙ୍କ ପୁଅ ପର୍ଶୁରାମ(୩୪) ଏକ ରିକ୍ସା ନେଇ ଆସୁଥିଲେ। ସେହି ସମୟରେ ମଦ ବାଇକ ପର୍ଶୁରାମଙ୍କ ସହ ଧକ୍କା ହୋଇ ଥିଲା। ଫଳରେ ସେ ପଡ଼ି ଯାଇଥିଲେ। ପର୍ଶୁରାମଙ୍କ ଭାଇ ମଦ ଗାଡ଼ି ଅଟକାଇବାରୁ ମଦ ମାଫିଆ ସହ ବେପାରି ମାନେ ଆସି ଅଟକାଇଥିବା ବାଇକକୁ ଛାଡ଼ି ଦେବାକୁ କହି ପାଟି ତୁଣ୍ଡ କରି ଆକ୍ରମଣ କରିଥିଲେ। ଏହା ଦେଖି ଗ୍ରାମବାସୀ ମାନେ ପହଞ୍ଚି ଯିବାରୁ ବେପାରୀ ସହ ମାଫିଆ ବାଇକ ସହ ୨ଶହ ଲିଟର ମଦ ଛାଡିଦେଇ ଫେରାର ହୋଇ ଯାଇଥିଲେ। ଗ୍ରାମବାସୀ ମାନେ ସଦରଥାନା ପୋଲିସକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବାଲେଶ୍ୱର ହସପିଟାଲକୁ ପଠାଇଥିଲେ। ମଦ ମାଫିଆଙ୍କ ଦୌରାତ୍ମ ବିରୋଧରେ ଗ୍ରାମବାସୀ ଟାୟାର ଜାଳି ୨ଘଣ୍ଟା ସଲ୍ଟ ରୋଡ଼କୁ ଅବରୋଧ କରିଥିଲେ। ପରେ ସଦର ଥାନା ଏସଆଇ ସୁବ୍ରତ କୁମାର ବେଉରିଆ, ଏଏସଆଇ ମୀନକେତନ ସିଂ ପହଞ୍ଚି ଗ୍ରାମବାସୀ ଓ ପାଖ ଦୋକାନୀ ଭାଇଙ୍କ ସହ ଆଲୋଚନା କରି ଥିଲେ। ଏହାପରେ ମଦ ମାଫିଆଙ୍କ ସହ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଲାଗି ପ୍ରତିଶୃତି ଦେବା ପରେ ଅବରୋଧ ହଟି ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.