Home ଜିଲ୍ଲା ପରିକ୍ରମା ମଦ ପିଆଇ ଗରମ ପାଣି ଫୋପାଡି ଗଗନକୁ ମାରିଥିବା ଅଭିଯୋଗ

ମଦ ପିଆଇ ଗରମ ପାଣି ଫୋପାଡି ଗଗନକୁ ମାରିଥିବା ଅଭିଯୋଗ

35

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାମ କରାଇବା ପରେ ଘରକୁ ଡାକି ମଦ ପିଇବା ପାଇଁ ଦେଲେ । ପରେ ବାଡେଇବା ସହ ଗରମ ପାଣି ଫୋପାଡି ମାରିଦେଲେ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ବନ୍ଧଗାଁ ଅଂଚଳ ରୁ । ଥାନା ରେ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଅଂଚଳ ର ଗଗନ ମଲ୍ଲିକ ଗ୍ରାମ ର ଜନୈକ ବ୍ୟକ୍ତି ଙ୍କ ଘରକୁ କାମ କରିବା ପାଇଁ ଯାଇଥିଲେ । ସଂପୃକ୍ତ ବ୍ୟକ୍ତି ଚୋରା ମଦ ବେପାରୀ ହୋଇଥିବାରୁ କାମ କରିବା ପରେ ଗଗନ କୁ ଘରକୁ ଡାକି ଦେଶୀ ମଦ ପିଇବା ପାଇଁ ଦେଇଥିବା କହିଛନ୍ତି ମୃତକ ଙ୍କ ବଡ଼ ଭାଇ ରାଜକିଶୋର । ପରେ କୌଣସି କଥା କୁ ନେଇ ଗଗନ କୁ ମାଡ ମାରିବା ପରେ ଉପରକୁ ଗରମ ପାଣି ଫିଙ୍ଗି ତାକୁ ଗୁରୁତର ଅବସ୍ଥାରେ ରାସ୍ତାକଡକୁ ପକାଇ ଦେଇଥିଲେ। ପରେ ମୃତକ ଙ୍କ ସମ୍ପର୍କୀୟ ମାନେ ଖବର ପାଇ ଅଭିଯୁକ୍ତଙ୍କ ଘର ଠାରୁ ଅଳ୍ପ ଦୂର ରେ ଗଗନକୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ପଠାଇଥିଲେ । ସେଠାରେ ଡାକ୍ତର ଗଗନ କୁ ମୃତ ଘୋଷଣା କରିଥିଲେ। ମୃତକ ଙ୍କ ବଡ଼ ଭାଇ ଭଦ୍ରକ ଗ୍ରାମାଂଚଳ ଥାନା ରେ ଭାଇ କୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଛନ୍ତି । ତେବେ ପୋଲିସ କେତେଜଣ ଙ୍କୁ ସନ୍ଦେହ ରେ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.