Home ଜିଲ୍ଲା ପରିକ୍ରମା ମଦ୍ରାସା ଫୈଯାନେ ଗରୀବ ନୱାଜରେ “ଇସ୍‌ଲାହେ ମୁଆଶ୍‌ରା କନଫ୍ରେନ୍ସ” ପାଳିତ

ମଦ୍ରାସା ଫୈଯାନେ ଗରୀବ ନୱାଜରେ “ଇସ୍‌ଲାହେ ମୁଆଶ୍‌ରା କନଫ୍ରେନ୍ସ” ପାଳିତ

3

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର କଂଟାବଣିଆ ଗ୍ରାମସ୍ଥିତ ମଦ୍ରାସା ଫୈଯାନେ ଗରୀବ ନୱାଜଠାରେ “ଫୈଯେ ରଯା ଏଜୁକେଶନଲ ଏଣ୍ଡ ୱେଲ ଫେୟାର ଟ୍ରଷ୍ଟ” ଆନୁକୂଲ୍ୟରେ ଟ୍ରଷ୍ଟର ସଭାପତି ଶେଖ ଗୋଲାମ ମହମ୍ମଦଙ୍କ ସଭାପତିତ୍ୱରେ “ଇସ୍‌ଲାହେ ମୁଆଶରା କନ୍‌ଫ୍ରେନ୍ସ” ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ହାଫିଜ ଓ କାରୀ ଗୌଲାମଗୌଷଙ୍କ କୋରାନ ପାଠରୁ ଏବଂ ଟ୍ରଷ୍ଟର ସଦସ୍ୟ ସେଖ ଅବଦୁଲ ବାରୀଙ୍କ ସଂଚାଳନରୁ ଆରମ୍ଭ ହୋଇଥିଲା। ଏହି ସଭାରେ ମଦ୍ରସାରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଲତୋଳା, ଉପହାର ଓ ପ୍ରମାଣପତ୍ରମାନ ମୁଖ୍ୟ ଅତିଥି ହଜରତ ଅଲ୍ଲାମା ଓ ମୌଲାନା ମହମ୍ମଦ ଶାକିର ନୁରୀ (ମୁମ୍ବାଇ) ଓ ମୌଲାନା ଅବଦୁଲ ଅଜିଜ (ମୁମ୍ବାଇ)ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମୌଲାନା (ପଣ୍ଡିତ) ଓ ସାଏର (କବି)ଙ୍କ ନୀତିବାଣି ଶୁଣିବା ପାଇଁ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ସ୍ରୋତାମାନେ ଉପସ୍ଥିତ ରହି ଥିଲେ। ମଦ୍ରସା ଫୈଯାନେ ଗରୀବ୍ ନୱାଯ ର ଉପସଭାପତି ସେଖ ମୋଇନୁଦ୍ଦିନ, ସଂପାଦକ ସେଖ ସାହିଦ ରଫିକ, ସହ ସଂପାଦକ ମହମ୍ମଦ ଅବଦୁଲ ରହିମ, କୋଷାଧ୍ୟକ୍ଷ ଅବଦୁଲ ଆବିଦ ଖାନଙ୍କ ସହିତ ସାହାଜାନ ଖାନ, ସେଖ ଆଶିକ, ଇସ୍ତାକ ଖାନ, ସେଖ ଇଜାଜ ଅହେମଦ, ସେଖ ଅହେସାନ, ସେଖ ସଲାଉଦ୍ଦିନ, ସେକ ଫକରେ ଆଲମ, କମରୁଦ୍ଦିନ ଖାନ ପ୍ରମୁଖ ଧର୍ମସଭାକୁ ପରିଚାଳନା କରିଥିଲେ ଏବଂ ଉକ୍ତ ଗାଁର ମୁରବୀମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.