Home ଜିଲ୍ଲା ପରିକ୍ରମା ମଦରସା ସାଦିକିୟା ହବିବିଆର ଦ୍ୱିତୀୟ ବାର୍ଷିକ ଉତ୍ସବ ଉଦଯାପିତ, ଜସନେ ଦସ୍ତାରବନ୍ଦୀ ଉତ୍ସବ

ମଦରସା ସାଦିକିୟା ହବିବିଆର ଦ୍ୱିତୀୟ ବାର୍ଷିକ ଉତ୍ସବ ଉଦଯାପିତ, ଜସନେ ଦସ୍ତାରବନ୍ଦୀ ଉତ୍ସବ

10

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆର.ଏମ.ସି. ରୋଡ଼ ସ୍ଥିତ ଗୌଷିଆ ନଗରଠାରେ ମଦରସା ସାଦିକିୟା ହବିବିଆର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ “ଜସନେ ଦସ୍ତାରବନ୍ଦୀ ଉତ୍ସବ” ପାଳନ ହୋଇଥିଲା । ଏହି ଦସ୍ତାରବନ୍ଦୀରେ ହାଫିଜେ-କୁରାନ ରୁ ଉତ୍ତୀର୍ଣ୍ଣ ହୋଇଥିବା ମଦରସା ସାଦିକିଆ ହବିବିଆର ଜଣେ ଛାତ୍ର ତଥା ଭଦ୍ରକ ଗୁଜିଦରଡ଼ାର ନିବାସୀ ମହମ୍ମଦ କମାଲୁଦ୍ଦିନ ଅଖତରଙ୍କୁ ସାର୍ଟିଫିକେଟ ସହ ମୁଣ୍ଡରେ ପଗଡ଼ି ବାନ୍ଧିଥିଲେ ଏବଂ ଉତ୍ତରୀୟ ଓ ପୁଷ୍ପତୋଡ଼ା ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ରାତି ୮ ଘଟିକା ସମୟରେ ଲଙ୍ଗର (ପ୍ରସାଦ) ବଣ୍ଟନ କରାଯାଇଥିଲା ଏବଂ ରାତ୍ରି ୯ ଘଟିକା ସମୟରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା । ଏହି ଧର୍ମସଭାରେ ହାଫିଯ୍ ଓ କାରୀ ମହମ୍ମଦ ନାଫେ ହୋସେନ ହବିବିଙ୍କ ସଭାପତିତ୍ୱରେ ଓ ବଦରୁଦ୍ଦିନ ତୟାବ ସଂଚାଳକ ଭାବେ ଦାୟିତ୍ୱ ତୁଲାଇଥିଲେ ଏବଂ ମଦରସାର ବରିଷ୍ଠ ଶିକ୍ଷକ ତଥା ସଭାପତି ମୌଲାନା ଗୋଲାମ ସାଦିକ ହବିବିଙ୍କ ଉପଦେଷ୍ଟାରୁ ଆରମ୍ଭ ହୋଇଥିଲା । ଏହି ଧର୍ମସଭାରେ ୟୁ.ପିରୁ ମୁଫତି ମହମ୍ମଦ ଅବୁବକର ହବିବି, ବିହାରରୁ ନାସିର ହୋସେନ, ହାଫିଜ ଓ କାରୀ ଅସରାର ଅହେମଦ, ହାଫିଜ ଓ କାରୀ ବୋଗଦାଦ ରଯା ଯୋଗଦାନ କରି ଇସଲାମ ଧର୍ମର ନିତୀବାଣୀ ଓ ମଦରସାରେ ପଢ଼ୁଥିବା ଛାତ୍ର ଉପରେ ଆଲୋକପାତ କରିଥିଲେ ବୋଲି ମଦରସା ସାଦିକିୟା ହବିବିଆର ସଂପାଦକ ଅବଦୁଲ ଦୟାନ ପ୍ରେସ ବିବୃତିରେ ଜଣାଇଛନ୍ତି ଏବଂ ମୁଲ୍ଲା ମହମ୍ମଦ ଶହବାଜ, ଆଲେରସୁଲ, ବସିର ଅହେମଦ, ସଫି ଅହେମଦ, ମହମ୍ମଦ ଅଜହର, ହମିଦ ବଖସ, ଅଏନୁଲ ହକ, ମହମ୍ମଦ ନିଜାମୁଦ୍ଦିନ, ମହମ୍ମଦ ସଲାଉଦ୍ଦିନ, ମସବାହୁଲ କାଦରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଧର୍ମସଭାରେ ପୁରୁଷ ଓ ମହିଳା ଭକ୍ତମାନେ ଉପସ୍ଥିତ ରହିଥିଲେ ଏବଂ ଏହି ଧର୍ମସଭା ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଚାଲୁ ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.