Home କେନ୍ଦ୍ରାପଡ଼ା ମଦମୁକ୍ତ ଯୁବ ବାହିନୀର ନିଶା ବିରୋଧୀ ଶୋଭାଯାତ୍ରା

ମଦମୁକ୍ତ ଯୁବ ବାହିନୀର ନିଶା ବିରୋଧୀ ଶୋଭାଯାତ୍ରା

32

କେନ୍ଦ୍ରାପଡ଼ା, ୨୨ା୧୧ (ଓଡ଼ିଆ ପୁଅ) : ରାଜ୍ୟ ସରକାର ରାଜସ୍ୱ ଆଳରେ ଏକ ପକ୍ଷରେ ନିଶା ପ୍ରସାର ନୀତି ଆପଣେଇ ଥିବା ବେଳେ ଓଡିଶାକୁ ନିଶାମୁକ୍ତ କରିବାର ଦାବି ନେଇ କେନ୍ଦ୍ରାପଡା ସହରରେ ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା ସଂଗଠିତ ହୋଇଯାଇଛି। ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଗାନ୍ଧିବାଦୀ ଜନନାୟକ ନବକୃଷ୍ଣ ଚୈାଧୁରୀଙ୍କ ୧୨୧ତମ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ମଦମୁକ୍ତ ଯୁବ ବାହିନୀ ପକ୍ଷରୁ ସମଗ୍ର ରାଜ୍ୟରେ ହେଉଥିବା ଜନଚେତନା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସହରରେ ଏହା ସଂଗଠିତ କରାଯାଇଥିଲା। ସଂଗଠନର ଯୁବକମାନେ ସହରର ତିନିମୁହାଣି ବଜାରରୁ ନିଶା ନିବାରଣ ସପକ୍ଷରେ ନାରାବାଜି କରି ସହର ପରିକ୍ରମା କରିବା ପରେ ପୁରୁଣା ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ସେଠାରେ ମଦମୁକ୍ତ ଯୁବ ବାହିନୀ ଜିଲ୍ଲା ସଂଯୋଜକ ସ୍ମୃତିରଞ୍ଜନ ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସଞ୍ଜୟ କୁମାର ସ୍ୱାଇଁ, ଅମରେନ୍ଦ୍ର ଦାସ, ନିରୋଦ ରଞ୍ଜନ ଜେନା, ଗଣେଶ ପରିଡା ପ୍ରମୁଖ ଯୁବ ସମାଜକୁ ପଥଭ୍ରଷ୍ଟ କରିବା ପାଇଁ ଉଦ୍ଦିଷ୍ଟ ସରକାରଙ୍କ ନିଶା ପ୍ରସାର ନୀତିକୁ କଟୁ ସମାଲୋଚନା କରିବା ସହ ନବବାବୁଙ୍କ ଦ୍ୱାରା ପ୍ରଣୀତ ୧୯୫୬- ନିଶା ନିବାରଣ ଆଇନକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ କରି ଓଡିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିବାକୁ ଦାବି କରିଥିଲେ। ନିଶାମୁକ୍ତ ଅଭିଯାନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ, ପଦ୍ମନାଭ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.