Home ଛବିରେ ଖବର ମଦନମୋହନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଓ କମ୍ବଳ ବିତରଣ

ମଦନମୋହନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଓ କମ୍ବଳ ବିତରଣ

6

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜସେବୀ ମଦନମୋହନ ପାଢ଼ୀଙ୍କ ବିଂଶତମ ଶ୍ରାଦ୍ଧ ଉତ୍ସବ ପାଳନ ଅବସରରେ ମଦନମୋହନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ରବିବାର ଦିନ ଇଚ୍ଛାପୁରସ୍ଥିତ ମଦନମୋହନ ପବ୍ଲିକ ସ୍କୁଲ ପରିସରରେ ଆୟୋଜନ କରାଯାଇଥିଲା।ଏଥିରେ ୧୬୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ସେହିପରି ଆର୍ôଥକ ଅନଗ୍ରସର ଲୋକମାନଙ୍କୁ କମ୍ବଳ ବିତରଣ କରଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ସ୍ୱର୍ଗତଃ ପାଢୀଙ୍କର ସମାଜ ପ୍ରତି ଥିବା ସେବା ମନୋଭାବକୁ ସମ୍ମାନ ଜଣାଇ ବିଦ୍ୟାଳୟ କର୍ତୃପକ୍ଷଙ୍କ ଏଭଳି ମହତ୍ ପ୍ରୟାସକୁ ପ୍ରଶଂସା କରିଥିଲେ। ଏବଂ ରକ୍ତଦାନ ମହାପୂଣ୍ୟ ଆଧାରରେ ପ୍ରତିଟି ୟୁନିଟ୍ ରକ୍ତ ଜଣକର ଜୀବନ ବଂଚାଇବାରେ ସହାୟକ ହେବ ବୋଲି କହିଥିଲେ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ଭଦ୍ରକ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।ପ୍ରାରମ୍ଭରେ ମଦନମୋହନ ପାଢ଼ୀଙ୍କୁ ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଡାକ୍ତର ମୁରଲୀଧର ପାଢୀ ଓ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ଟ୍ରଷ୍ଟର ସଦସ୍ୟ ହେମନ୍ତ କୁମାର ପାଢ଼ୀଙ୍କ ସମେତ ଅନ୍ୟ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.