Home ଜିଲ୍ଲା ପରିକ୍ରମା ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକଙ୍କ ୨ୟ ଦିନର ଜିଲା ପରିଦର୍ଶନ, ଟେକ୍ସଟାଇଲ୍ ପାର୍କର ସମୀକ୍ଷା କରିଥିଲେ

ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକଙ୍କ ୨ୟ ଦିନର ଜିଲା ପରିଦର୍ଶନ, ଟେକ୍ସଟାଇଲ୍ ପାର୍କର ସମୀକ୍ଷା କରିଥିଲେ

10

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗଷ୍ଟ ୧୨ ଓ ୧୩ ତାରିଖରେ ଭଦ୍ରକ ଜିଲ୍ଲା ପରିଦର୍ଶନରେ ଆସିଥିଲେ ଜିଲ୍ଲା ନୋଡାଲ ଅଧିକାରୀ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ଏମ୍‌ଡି ସାଦିକ ଆଲାମ୍‌। ଏହି ଗ୍ରସ୍ତ ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ସମୀକ୍ଷା ଓ ଏହାର ଅଗ୍ରଗତି ବିଷୟରେ ଥିଲା। ୧୨ ଅଗଷ୍ଟରେ ପରିଦର୍ଶନ କାରୀ ଅଧିକାରୀ , ଜିଲ୍ଲାପାଳ,ଭଦ୍ରକ ଓ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧକାରୀ ମାନଙ୍କ ସହ ପ୍ରାତ ୮ଟା ରେ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲା। ଏହାପରେ ଦିବା ୯ ଟା ରେ ଗେଲପୂର୍ ଠାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ରୋଗୀ ମାନଙ୍କ ସହ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିଲା। ଏହାପରେ ଦିବା ୧୦ଟା ରେ ବରପଦାa ଅଙ୍ଗନବାଡି କେନ୍ଦ୍ରକୁ ଗ୍ରସ୍ତ କରି ବିଦ୍ୟାଳୟର ପିଲାମାନେ ଓ ଶିକ୍ଷକ ଙ୍କ ସହ ଆଲୋଚନା ହୋଇଥିଲା। ଏହାପରେ ବରପଦାର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ମାନଙ୍କୁ ଭେଟିଥିଲେ। ଏହାପରେ ବନ୍ତ ବ୍ଲକର କାଦବରଙ୍ଗା ଠାରେ ପହଂଚିଥିଲେ । ସେଠାରେ ଗ୍ରାମ ଉଦ୍ୟୋଗ ପାର୍କ ପରିଦର୍ଶନ କରିଥିଲେ। ଏହାସହିତ ସେହି ଅଂଚଳର ଲକ୍ଷପତି ଦିଦିଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।ଏହା ପରେ ପ୍ରାୟ ଅପରାହ୍ନ ୧.୩୦ରେ ଭଦ୍ରକ ସହରର ମଠସ।ହି ଆହାର କେନ୍ଦ୍ରଠାରେ ପରିଦର୍ଶନକାରୀ,ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲ।ପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ , ଅନ୍ୟ ଅଧିକାରୀ ମାନେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହାପରେ ଚରମ୍ପା ଠାରେ ଥିବା ଜିଲ୍ଲା ଭିନ୍ନକ୍ଷମ ଆବାସ ଠାରେ ପରିଦର୍ଶନ କରିଥିଲେ। ସେଠାରେ ଭିନ୍ନକ୍ଷମଙ୍କୁ ସାଇକେଲ ପ୍ରଦାନ କରାଯାଇଥିଲା। ଏହାପରେ ଅପରାହ୍ନ ୩.୧୫ ରେ ହରିପୁର ଠାରେ ଥିବା ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ ହେଉଥିବା ପ୍ଲାଂଟ ପରିଦର୍ଶନ କରି ସ୍ୱଚ୍ଛ ସାଥୀ ସହ ଆଲୋଚନା କରିଥିଲେ। ଏହା ସହ ହରିପୁର ର ସମବାୟ ସମିତି ପରିଦର୍ଶନ କରିଥିଲେ। ଏହାପରେ ୪.୪୦ରେ କାନ୍ତକବି ମେମୋରିଆଲ ପାର୍କ ପରିଦର୍ଶନ କରିଥିଲେ।ପାର୍କ କାର୍ଯ୍ୟ କୁ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ବାଗୁରାଇ ସ୍ଥିତ ପିଏମ୍ ଶ୍ରୀ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପିଲା ଓ ଶିକ୍ଷକଙ୍କୁ ସହ ବିଭିନ୍ନ କକ୍ୟକ୍ରମର ସମୀକ୍ଷା କରିଥଲେ।୧୩ ଅଗଷ୍ଟ ରେ ପ୍ରାତ ୮.୪୦ରେ ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ପରିଦର୍ଶନ କାରୀ ଭଦ୍ରକର ନିୟନ୍ତ୍ରିତ ବଜାର କମିଟି ପରିଦର୍ଶନ କରିଥିଲେ। ଏଠାରେ ମାଛ ବଜାର କୁ ପରିଦର୍ଶନ କରିଥିଲେ। ଏହାପରେ ଆଖୁଆପଦା ଠାରେ ୯.୩୦ରେ ପହଂଚି ମେଘା ପାନୀୟ ପ୍ରକଳ୍ପର ସମୀକ୍ଷା କରିଥଲେ। ଏହାପରେ ପ୍ରାୟ ୧୦.୩୦ ରେ ଟେକ୍ସ ଟାଇଲ ପାର୍କ କୁ ପହଂଚି ତାହାର ସମୀକ୍ଷା କରିଥଲେ । ଜିଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ ଓ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ଉପସ୍ଥିତ ଥିଲେ। ଏହାପରେ କେନ୍ଦୁଅ।ପଦା ଠାରେ ୧୧.୩୦ ରେ ପହଂଚି ସ’ ମିଲ୍ କ୍ଲଷ୍ଟର ପରିଦର୍ଶନ କରିଥିଲେ। ପରେ ପରେ ଜଳମଣ୍ଡୁଆ ସମବାୟ ସମିତି ପରିଦର୍ଶନ କରିଥିଲେ ।ଆଇସ କ୍ରିମ କାରଖାନା ୧ ଟା ରେ ଆରଏମ୍ ସିରେ ଥିବା ଆସିୟାନାକୁ ଯାଇଥିଲେ । ଶେଷରେ ଜିଲ୍ଲା ନୋଡାଲ ଅଧିକାରୀ ସମସ୍ତ ଅଧିକାରୀ ମାନଙ୍କୁ ନେଇ ଏକ ସମିକ୍ଷା ବୈଠକ ସଦଭାବନା ସଭା ଗୃହ ରେ ନେଇଥିଲେ। ଏହି ଦୁଇ ଦିନର କାର୍ଯ୍ୟକ୍ରମରେ ଜିଲାପାଳ , ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପ।ଳ ଓ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ପ୍ରାନ୍ତରେ ଉପସ୍ଥିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.