Home ଜିଲ୍ଲା ପରିକ୍ରମା ମତ୍ସଜୀବୀମାନଙ୍କର ପରିଚୟ ପତ୍ର ସଂଗ୍ରହ ନିମନ୍ତେ ସୂଚନା ଦେଲେ ଅଧିକାରୀ

ମତ୍ସଜୀବୀମାନଙ୍କର ପରିଚୟ ପତ୍ର ସଂଗ୍ରହ ନିମନ୍ତେ ସୂଚନା ଦେଲେ ଅଧିକାରୀ

120

ବାହାନଗା, ୨୬ା୭(ଭାରତୀ ଦାସ/ ଓଡ଼ିଆ ପୁଅ) : ସମସ୍ତ ପରିଚୟ ପତ୍ର ଭଳି ମତ୍ସଜୀବୀ ମାନଙ୍କର ପରିଚୟ ପତ୍ର ସରକାରଙ୍କ ତରଫରୁ ବାଧ୍ୟତା ମୂଳକ କରାଯାଇଛି। ସେହି ପରିଚୟ ପତ୍ର ସଂଗ୍ରହ କରି ମତ୍ସ ଜୀବୀ ମାନଙ୍କୁ ସାଙ୍ଗରେ ଧରି ମଝି ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ମତ୍ସଅଧିକାରୀ ସୂଚନା ଦେଇଥିବାର ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକର ଜାମୁକା ମୁହାଣ, ଗଦେଇ ସାଗର ମତ୍ସଅବତରଣ କେନ୍ଦ୍ର, ପଞ୍ଚୁବିଶା ମତ୍ସ ଅବତରଣ କେନ୍ଦ୍ରରେ ଥିବା ମତ୍ସଜୀବୀ ମାନଙ୍କୁ ଓଡ଼ିଶା ଅତିରିକ୍ତ ମତ୍ସ ଅଧିକାରୀ (ସାମୁଦ୍ରିକ) ବାଲେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ମତ୍ସଅଧିକାରୀ (ସାମୁଦ୍ରିକ ସଂପ୍ରସାରଣ) ଗୋପାଳପୁରଙ୍କ ଦ୍ୱାରା ସମସ୍ତ ଡଙ୍ଗା ମାଲିକ ଓ ସମସ୍ତ ସାମୁଦ୍ରିକ ମତ୍ସଜୀବୀ ମାନେ ନିଜର ପରିଚୟପତ୍ର ସହ ତାଙ୍କ ଡଙ୍ଗ।।ର କାଗଜପତ୍ର, ଓ ଜୀବନ ରକ୍ଷାକାରୀ ଉପକରଣ ନେଇ ମାଛ ମାରିବାକୁ ଯିବାର ବାଧ୍ୟତା ମୂଳକ କରାଯାଇଛି। ଯଦି ସମୁଦ୍ରରେ ଯାଞ୍ଚ ବେଳେ ଅପଣ ଧରାପଡ଼ିବେ ତାହେଲେ ହଇରାଣରେ ପଡ଼ିବେ। ତେଣୁ ଯେଉଁ ମାନଙ୍କର ପରିଚୟ ପତ୍ର ଅଛି ଠିକ ଅଛି ଯେଉଁ ମାନଙ୍କର ନାହିଁ ପରିଚୟ ପତ୍ର ପାଇବା ନିମନ୍ତେ ସରକାର ତତ୍ପର ଅଛନ୍ତି। ତେଣୁ ମତ୍ସଜୀବୀ ପରିଚୟ ପତ୍ର ପାଇବା ନିମନ୍ତେ ୧୮ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଆଧାର କାର୍ଡ଼ ଜେରକ୍ସ ଓ ନିଜର ମୋବାଇଲ ନମ୍ବର ସରକାରୀ ମତ୍ସଅଧିକାରୀ (ସାମୁଦ୍ରିକ ସଂପ୍ରସାରଣ) ଗୋପାଳପୁରଙ୍କ କାର୍ଯ୍ୟାଳୟରେ ଆସନ୍ତା ୭ଦିନ ଭିତରେ ଜମା ଦେଇ ମତ୍ସଜୀବୀ ପରିଚୟ ପତ୍ର ସଂଗ୍ରହ କରିବାକୁ ସୂଚନା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.