ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତୋ ସରକାରୀ ଉଚ୍ଚ ବିଦ୍ୟାଳୟର ୪ଜନ ଛାତ୍ରୀ ରାଜ୍ୟ ସ୍ତର ଭଲିବଲ କ୍ରୀଡା ପାଇଁ ସି. ଆଇ ଏସ. ଏସ ଉଚ୍ଚ ବିଦ୍ୟାଳୟ ,ତିହିଡି ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବାଳିକା ଭଲିବଲ୍ ବିଭାଗରେ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦଶମ ଶ୍ରେଣୀ ର ଛାତ୍ରୀ କୁମାରୀ ସୁପ୍ରିୟା ନାୟକ, ସସ୍ମିତା ରାଉତ, ଦିପ୍ତିମୟୀ ପଣ୍ଡା ଓ ଲିତୁ ଦାସ ରାଜ୍ୟ ସ୍ତର କୁ ମନୋନୀତ ହୋଇଛନ୍ତି. ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଭୁଦତ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରୀ ମାନେ ଏହି କ୍ରୀଡା ଅଭ୍ୟାସ କରିଥିଲେ । ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏହି ୪ଜନ ଖେଳାଳିଙ୍କର ସଫଳତା କାମନା କରିଛନ୍ତି ।








