Home ଜିଲ୍ଲା ପରିକ୍ରମା ମତୋ ଯୁକ୍ତ ତିନି କଲେଜ ବାର୍ଷିକ ଉତ୍ସବରେ ବିଧାୟକଙ୍କୁ ଅଣଦେଖା, ପ୍ରତିବାଦରେ ବିଜେଡି କର୍ମୀଙ୍କ ଟାୟାର...

ମତୋ ଯୁକ୍ତ ତିନି କଲେଜ ବାର୍ଷିକ ଉତ୍ସବରେ ବିଧାୟକଙ୍କୁ ଅଣଦେଖା, ପ୍ରତିବାଦରେ ବିଜେଡି କର୍ମୀଙ୍କ ଟାୟାର ଜାଳି ରାସ୍ତା ଅବରୋଧ

19

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜରେ ୩୩ତମ ବାର୍ଷିକ ଉତ୍ସବରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କୁ ଅଣଦେଖା ପ୍ରତିବାଦରେ ଉଗ୍ରତରା ଛକ ନିକଟରେ ବୁଧବାର ବିଜେଡି କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ଏଥି ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କୁଶପୁତଳିକା ଦାହ କରିଥିଲେ। ଶ୍ରୀସାମଲ ଏବଂ ସାଂସଦ ଅଭିମନ୍ୟୁ ସେଠୀ ଯାଉଥିବା ବେଳେ ପୀରହାଟ ଠାରେ ତାଙ୍କ ଗାଡିକୁ ଅଣ୍ଡା ମାଡ଼ କରି କଳା ପତାକା ପ୍ରଦର୍ଶନ କରିଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ମତୋ ଯୁକ୍ତ୩ ସ୍ନାତକ ମହାବିଦ୍ୟାଳୟରେ ବୁଧବାର ୩୩ତମ ବାର୍ଷିକ ଉତ୍ସବ ପାଳନ କରାଯାଉଥିଲା। ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମୁଖ୍ୟ ଅତିଥି ଭାବରେ ଏବଂ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କୁ ମୁଖ୍ୟବକ୍ତା ଭାବରେ ନିମନ୍ତ୍ରଣ କରାଯାଇଛି । ମାତ୍ର ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲିର ବିଧାୟକ ଡକ୍ଟର ବ୍ୟୋମକେଶ ରାୟଙ୍କୁ ନିମନ୍ତ୍ରଣ ନାହିଁ କି ନିମନ୍ତ୍ରଣ ପତ୍ରରେ ତାଙ୍କ ନାମ ନାହିଁ ।ଯାହାକୁ ନେଇ ଚାନ୍ଦବାଲି ରାଜନୀତି ସରଗରମ ହୋଇଛି । ବିଜେଡି କର୍ମୀ ପ୍ରତିକ୍ରିୟା ଶୀଳ ହୋଇଥିବାବେଳେ ତୀବ୍ର ବିରୋଧ କରି ଚାନ୍ଦବାଲି ଭଦ୍ରକ ମୂଖ୍ୟ ରାସ୍ତା ଅବରୋଧ କରିବା ସହିତ ଟାୟାର ଜାଳି ପ୍ରତିବାଦ କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସପି ବରୁଣ ଗୁଂଟୁପାଲି, ଡ଼ିଏସପି, ସମସ୍ତ ଥାନା ଅଧିକାରୀ, ବାରିପଦା ଥାନା ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ଉପରେ ଦୃଷ୍ଟି ରଖିଥିବା ବେଳେ ୧୫ପ୍ଲାଟୁନ ପୋଲିସ ଓ ୧୨୦ ବାଟାଲିୟନ ଫୋର୍ସ ମୁତୟତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.