Home ଜିଲ୍ଲା ପରିକ୍ରମା ମତୋ ବଜାର ଉଚ୍ଛେଦ ଅଭିଯାନର ଦ୍ୱିତୀୟ ଦିନ ଭଙ୍ଗାଗଲା ଶତାଧିକ ଦୋକାନ ଘର

ମତୋ ବଜାର ଉଚ୍ଛେଦ ଅଭିଯାନର ଦ୍ୱିତୀୟ ଦିନ ଭଙ୍ଗାଗଲା ଶତାଧିକ ଦୋକାନ ଘର

10

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତୋ ବଜାରରେ ଟ୍ରାଫିକ ସମସ୍ୟାର ସୁଧାର ଲାଗି ଲାଗି ତହସିଲ ପକ୍ଷରୁ ରାସ୍ତା ପାର୍ଶ୍ୱ ବ୍ୟବସାୟୀଙ୍କୁ ଉଛେଦ କରାଯାଇଛି। ପ୍ରଶାସନ ଦ୍ୱିତୀୟ ଦିନରେ ଶତାକ ଦୋକାନ ନ ଘର ଭାଙ୍ଗିଛି। ଆଜି ସକାଳେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଦୋକାନ ଘରଗୁଡ଼ିକୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗିବା ଆରମ୍ଭକରାଯାଇଥିଲା। ମାସକ ତଳୁ ତହସିଲ ପକ୍ଷରୁ ସୀମା ଚିହ୍ନଟ କରାଯାଇଥିଲା। ଉକ୍ତ ସୀମାକୁ ଆଧାର କରି ଉଛେଦ ଆରମ୍ଭ କରାଯାଇଥିବା କେତେକ ଦୋକାନ ଘରର ଚିହ୍ନଟ ସୀମାରୁ ଅଧିକ ଭଙ୍ଗାଯିବା ଯୋଗୁଁ ସାମୟିକ ଉତେଜନା ପ୍ରକାଶ ପାଇଥିଲା। ଏଥିନେଇ ହୋ’ହାଲା ହୋଇଥିଲା। ଚାନ୍ଦବାଲି ଥାନାଧିକାରୀ ପରେଶ ନାୟକ, ବାଂଶଡା ଥାନାଧିକାରୀ ମହମ୍ମଦ ହାଫିଜ ଓ ତହସିଲଦାର । ଭବତୋଷ ମଲିକ ପୂର୍ବରୁ ଚିହ୍ନଟ ସୀମା ଅନୁଯାୟୀ ଭଙ୍ଗାଯିବ ବୋଲି। ପରେ ଉତେଜନା ଥମିଥିଲା। ଦୁଇ ଦିନର ଆଶ୍ୱାସନା ସନା ଦେବା ଉଛେଦ ପରେ ବହୁ ବ୍ୟବସାୟୀ ଜୀବିକା ହରାଇଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଥଇଥାନ କରାଯିବାକୁ ଦାବି ହୋଇଛି। ସେହିପରି ଟ୍ରାଫିକ ସମସ୍ୟାର ସୁଧାର ଲାଗି ରାସ୍ତା ପାର୍ଶ୍ୱରୁ ଅବରୋଧ ହଟାଯାଇଥିଲେ ହେଁ ପୂର୍ତ ବିଭାଗ ପକ୍ଷରୁ ତୁରନ୍ତ ସେହି ସ୍ଥାନରେ ରାସ୍ତା ନିର୍ମାଣ କରାଯିବା ଉଚିତ ବୋଲି ଦାବି ହୋଇଛି। । ରାସ୍ତା ନିର୍ମାଣ । ହେଲେ ପାକିଂ ଟାଇଁ ପ୍ରଶସ୍ତ ଜାଗା ମିଳିବ ଓ ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବନି ନି ବୋଲି କୁହାଯାଉଛି । ଏଣୁ ପୂର୍ତ ବିଭାଗ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.