Home ଜିଲ୍ଲା ପରିକ୍ରମା ମତଦାତା ସଚେତନ ହେଲେ ଗଣତନ୍ତ୍ର ସଶକ୍ତ ହେବ, ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ମତଦାତା ଦିବସ...

ମତଦାତା ସଚେତନ ହେଲେ ଗଣତନ୍ତ୍ର ସଶକ୍ତ ହେବ, ଜିଲ୍ଲା ସ୍ତରୀୟ ୧୪ତମ ଜାତୀୟ ମତଦାତା ଦିବସ ପାଳିତ

9

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୧ ମସିହାରୁ ପାଳନ କରାଯାଇ ଆସୁଥିବା ଜାତୀୟ ମତଦାତା ଦିବସକୁ ଚଳିତ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲାରେ ମହାସମାରୋହରେ ପାଳନ କରାଯାଇଛି । ୧୮ ବର୍ଷ ବୟସ ଛୁଇଁଥିବା ଜଣେ ବି ଭୋଟରକୁ ବାଦ୍ ନ ଦେବା ଆଭିମୁଖ୍ୟରେ ପାଳନ କରାଯାଉଥିବା ଏହି ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା କାର୍ଯ୍ୟାଳୟରୁ ଶହୀଦ ସ୍ମୃତି ଭବନ ପର୍ଯ୍ୟନ୍ତ ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ର-ଛାତ୍ରୀ ମାନଙ୍କୁ ନେଇ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ପତାକା ପ୍ରଦର୍ଶନ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର, ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ପ୍ରିୟଦର୍ଶୀ ଖୁଣ୍ଟିଆ, ଡେପୁଟୀ କଲ୍ଲେକ୍ଟର ନିର୍ବାଚନ ସାଗରିକା ସାହୁ, ଭଦ୍ରକ ପୌର ପାଳିକାର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ୍‌, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏହି ପଦ ଯାତ୍ରାରେ ସାମିଲ ଥିଲେ । ସ୍କାଉଟ୍‌, ଗାଇଡ଼୍‌, ଡ଼୍ରମବାଦନ ସହ, ମତଦାତା ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଆଧାରିତ ପ୍ଲାକାର୍ଡ଼ ଏହି ପଦଯାତ୍ରାରେ ପ୍ରଦର୍ଶନ କରାଯାଇଥିଲା । ଏହି ଦିବସ ପାଳନ ଉପଲକ୍ଷେ ଶହୀଦ ସ୍ମୃତି ଭବନରେ ଆୟୋଜିତ ସଚେତନତା ଧର୍ମୀ ସାଧାରଣ ସଭାରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ବିଶ୍ୱରେ ଏକ ବୃହତ୍ ଗଣତାନ୍ତ୍ରିକ ଦେଶ ହେଉଛି ଆମ ଭାରତ ବର୍ଷ ଏବଂ ଏହି ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ଅବାଧ, ସ୍ୱଚ୍ଛ ଏବଂ ମୁକ୍ତ ନିର୍ବାଚନ ଅତୀବ ଜରୁରୀ ବୋଲି ପ୍ରକାଶ କରିଥିଲେ ।

ସେଥିପାଇଁ ପ୍ରତ୍ୟେକ ମତଦାତା ସଚେତନ ହେବା ଏବଂ ଜଣେବି ମତଦାତା ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ସଭାରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟୀ କଲେକ୍ଟର ନିର୍ବାଚନ ପ୍ରମୁଖ ମଧ୍ୟ ଯୋଗଦଇ ଦିବସ ପାଳନର ଉଦ୍ଦେଶ୍ୟ, ପ୍ରତିବୁଥ୍‌ରେ ୧୮ ବର୍ଷ ଛୁଇଁଥିବା ଜଣେ ବି ଭୋଟର ଯେମିତି ବାଦ୍ ନ ରହନ୍ତି ସେଥିନେଇ ଆମେ ସମସ୍ତେ ସଚେତନ ହେବା ଏବଂ ସେ ଦିଗରେ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ କ୍ରୀଡ଼ାରେ ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜିଲ୍ଲାର ଗୌରବ ବଢ଼ାଇଥିବା ହ୍ୱିଲଚେୟାର ଫେନସିଂରେ ଦିବ୍ୟାଙ୍ଗ ଆଥ୍‌ଲେଟ୍ ରାଖାଲ ଚନ୍ଦ୍ର ସେଠୀ ଓ ମଧୁସ୍ମିତା ସାହୁ ଟାଏକୋଣ୍ଡରେ ସତ୍ୟ ପ୍ରକାଶ ମହାନ୍ତି ଏବଂ ଶାଶ୍ୱତୀ ନାୟକ, ଟେନିକୋଏଟରେ ନିର୍ମଳ ସେନ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୋଟର ସଚେତନତା ଉଦ୍ଦେଶ୍ୟରେ ଆୟୋଜିତ ବକ୍ତୃତା, ପେଣ୍ଟିଂ, ପ୍ରବନ୍ଧ, କ୍ୱିଜ୍‌, ରଙ୍ଗୋଲି, କ୍ୟାପସନ୍ ଲିଖନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ବେଷ୍ଟ ଏ.ଇ.ଆର୍‌.ଓ. ଭାବେ ଭଣ୍ଡାରିପୋଖରୀ ବି.ଡ଼ି.ଓ. ଦେବଦତ୍ତ ଦାସ, ବନ୍ତ ୍‌ବି.ଡ଼ି.ଓ ପ୍ରଦୀପ କୁମାର ସେଠୀ, ବେଷ୍ଟ ବି.ଏଲ୍‌.ଓ. ଭାବେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ତ୍ରିପାଠୀ, ଅଙ୍ଗବାଡ଼ି କର୍ମୀ ସାଗରିକା ପଟ୍ଟନାୟକ ସହକାରୀ ଶିକ୍ଷକ ରଶ୍ମି ରଞ୍ଜନ ମୁଦୁଲି, ଅଙ୍ଗନବାଡ଼ି କର୍ମୀ କବିତାଞ୍ଜଳୀ ବେହେରା ଏବଂ ସାବିତ୍ରୀ ମହାଳିକ ଏବଂ ବେଷ୍ଟ କର୍ମଚାରୀ ଭାବେ ବନ୍ତ ବ୍ଲକ୍‌ର ଅମୀୟ କୁମାର ଦେହୁରୀ, ଭଦ୍ରକର ହମିଦ୍‌୍ ରଞ୍ଜନ ଖାଁ, ବନ୍ତ ତହସିଲର ମନୋଜ ମଞ୍ଜରୀ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ଏ.ଡ଼ି.ଇ.ଓ. ଦୀପକ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.