Home ଜିଲ୍ଲା ପରିକ୍ରମା ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଜିଲ୍ଲା ମହୋତ୍ସବ “ଭଦ୍ରାୟଣୀ” ଉଦ୍‌ଘାଟିତ

ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା, ଜିଲ୍ଲା ମହୋତ୍ସବ “ଭଦ୍ରାୟଣୀ” ଉଦ୍‌ଘାଟିତ

19

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ପ୍ରତୀକ୍ଷିତ ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ନେହେରୁ ଷ୍ଟାଡ଼ିୟମ୍ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମାଲ ଏବଂ ସମ୍ମାନୀତ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଯୋଗଦେଇଥିଲେ । ତାରକା ଉଦ୍‌ଘୋଷିକା ଗୁନ୍‌ଗୁନ୍ ଏବଂ ଉଦ୍‌ଘୋଷକ ପୁପିନ୍ଦରଙ୍କ ଆକର୍ଷଣୀୟ ଉଦ୍‌ଘୋଷଣା କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା । କଣ୍ଠଶିଳ୍ପୀ ଏବଂ ସଂଗୀତ ନିର୍ଦ୍ଧେଶକ ସିଦ୍ଧାର୍ଥଙ୍କ କଣ୍ଠରେ ପ୍ରସ୍ତୁତ ଭଦ୍ରାୟଣୀ ମହୋତ୍ସବର ଶୀର୍ଷକ ସଂଗୀତର ଉଦ୍‌ଘାଟନ କରାଯାଇଥିଲା । ପ୍ଲେ ବ୍ୟାକ୍ ଓଲିଉଡ଼୍ ସିଙ୍ଗର ସତ୍ୟଜିତ୍ ପ୍ରଧାନ ଏବଂ ସୋନମ୍‌ଙ୍କ ମେଲୋଡ଼ି ସାଙ୍ଗକୁ ପ୍ରାରମ୍ଭରେ ଶାଶ୍ୱତ ଜୋଷୀଙ୍କ ଓଡ଼ିଶୀ ନୃତ୍ୟ ମହୋତ୍ସବର ପ୍ରଥମ ରାତ୍ରିକୁ ଦର୍ଶକ ମାନଙ୍କ ପାଇଁ ଧମାଲ୍ କରିଥିଲା । ଓଲିଉଡ଼୍ ସେଲିବ୍ରିଟି ସୁଭାଶିଷ ଦିବ୍ୟାଙ୍କ ଆକର୍ଷଣୀୟ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଅମିତ୍ ଡ୍ୟାନସ୍ ଗ୍ରୁପ୍‌ର ଧମାକା ମଧ୍ୟ କିଛି କମ୍ ନଥିଲା । ଏହି ମହୋତ୍ସବରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ରେ ୨୦ଟି ଷ୍ଟଲ ଏବଂ ପଲ୍ଲିଶ୍ରୀ ମେଳାରେ ମିଶନ ଶକ୍ତି ଓରମାସ୍ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଉତ୍ପାଦ ପାଇଁ ୧୨୦ଟି ଷ୍ଟଲ ପ୍ରଦର୍ଶନ କରାଯାଇଛି । ଅନ୍ୟ ସମସ୍ତ ବିଭାଗ ଓ ଅନ୍ୟ ଷ୍ଟଲ ମିଶି ଏହି ମହୋତ୍ସବରେ ସମୁଦାୟ ୨୨୦ ଟି ଷ୍ଟଲ ବ୍ୟବସ୍ଥା କରାଯାଇଛି । ଗତକାଲି ଝିପିଝିପି ବର୍ଷାର ପ୍ରତିକୂଳ ପାଗ ସତ୍ତ୍ୱେ ମହୋତ୍ସବର ଉଦ୍‌ଘାଟନୀ ପର୍ବକୁ ପୁରାଦମ୍‌ରେ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଇଛି । ମହୋତ୍ସବ ଆୟୋଜନ ମାଧ୍ୟମରେ କଳା ପ୍ରତିଭାର ସୁରକ୍ଷା ବିକାଶ ହେବା ସହିତ କଳାକାରମାନେ ପ୍ରୋତ୍ସାହିତ ହୁଅନ୍ତି । ଲୁପ୍ତ ପ୍ରାୟ ସୁପ୍ର ପ୍ରାୟ କଳା ଉଜ୍ଜୀବିତ ହୁଏ । ଭାଇଚାରା ସଶକ୍ତ ହୁଏ । ବିଭିନ୍ନ ସରକାରୀ ଯୋଜନା, ଉତ୍ପାଦ ସମ୍ବନ୍ଧରେ ହିତାଧିକାରୀ ସାଧାରଣ ଜନତା ସଚେତନ ହୁଅନ୍ତି ବୋଲି ଅତିଥି ମାନେ ନିଜନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପ ଜିଲ୍ଲାପାଳ ମନୋଜ ପାତ୍ର, ଡେପୁଟୀ କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ଓ ଅନ୍ୟ ପଦାଧିକାରୀ ମାନେ ଏହି ମହୋତ୍ସବ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.