Home କେନ୍ଦୁଝର ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଡଅଁର ଧାନ ମଣ୍ଡିରେ ତାଲା ପକାଇଲେ ଚାଷୀ

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଡଅଁର ଧାନ ମଣ୍ଡିରେ ତାଲା ପକାଇଲେ ଚାଷୀ

23

ହାଟଡ଼ିହି, ୬ /୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଡଅଁର ଧାନ ମଣ୍ଡିରେ ଧାନ କିଣା ଠିବ ଭାବେ ହେଉନଥିବା ଓ ପ୍ରୀୟାପ୍ରୀତି ତୋଷଣ କରାଯାଉଥିବା ଅଭିଯୋଗ କରି ଚାଷୀମାନେ ଆଜି ମଣ୍ଡିରେ ଚାବି ପକାଇବା ସହିତ ଧାନପାଇଁ ଆସିଥିବା ଗୋଟିଏ ଟ୍ରକକୁ ଫେରାଇ ଦେଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜକୁ ୧୦ଦିନ ହେଲା ଚାଷୀମାନେ ମଣ୍ଡିରେ ଧାନ ପକାଇ ରଖିଥିବାବେଳେ ସେମାନଙ୍କ ଧାନକୁ ଉଠାଯାଉ ନାହିଁ । କିନ୍ତୁ ଅନ୍ୟ କିଛି ଚାଷୀଙ୍କ ଧାନ ଉଠି ନଥିଲେ ମଧ୍ୟ ସେମାନଙ୍କୁ ତାଙ୍କର ଧାନବିକା ଟଙ୍କା ସେମାନଙ୍କ ଏକାଉଣ୍ଟକୁ ଆସି ସରିଲାଣି । ମଣ୍ଡି ବାହାରେ ଶହଶହ କୁଇଣ୍ଟାଲ ଧାନ ପଡି ରହିଥିବାବେଳେ ଚାଷୀମାନେ ମଧ୍ୟ ଧାନ ଜଗିବାପାଇଁ ରାତି ଉଜାଗର ହୋଇ ବସି ରହିଛନ୍ତି । ଆଜି ସକାଳୁ ଏକ ଟ୍ରକ ଧାନ ନେବାପାଇଁ ଆସିଥିବା ବେଳେ ଅଳ୍ପ କିଛି ଧାନ ନେବାପାଇଁ କହିବା ଓ ସମିତିର କର୍ମଚାରୀମାନେ ବର୍ତ୍ତମାନର ଧାନକୁ ଦେଇଦେବା ପାଇଁ କହିବାରୁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏଠାରେ ପାତର ଅନ୍ତର କରି ଧାନ କିଣାଯାଉଥିବା ଅଭିଯୋଗ କରି ଚାଷୀମାନେ ସମିତିରେ ଚାବି ପକାଇଦେବା ସହ ଧାନପାଇଁ ଆସିଥିବା ଟ୍ରକଟିକୁ ଫେରାଇ ଦେଇଥିଲେ । ଏହାକୁନେଇ ସେଠାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା । ଏ ସମ୍ପର୍କରେ ସମିତିର ସମ୍ପାଦକଙ୍କୁ ପଚାରିବାରେ ସେ ଆଜି ଧାନ ଠିକ ଭାବରେ କିଣା ଚାଲିଥିବାବେଳେ କିଛି ଅଣଚାଷୀ ଆସି ଏପରି ହୋ ହଲ୍ଲା କରିବାରୁ ଧାନ କିଣା ବନ୍ଦ ରହିଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.