ପୁରୀ, ୧୮।୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କେନାଲରୁ ମଣିଷ କଙ୍କାଳ ଉଦ୍ଧାର କଲା ପିପିଲି ପୋଲିସ। ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର କଢିମୂଳ ସଫେଇ କେନାଲରୁ ଏକ ମଣିଷ କଙ୍କାଳ ପୋଲିସ ଉଦ୍ଧାର କରିଛି। କଙ୍କାଳଟି ପୁରୁଷ ଲୋକର କି ମହିଳାଙ୍କର ତାହା ଜଣା ପଡୁନଥିବା ଜଣାପଡିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକ ଏହା ଦେଖିବା ପରେ ପୋଲିସକୁ ସୂଚନା ଦେଇଥିଲେ। ଏହା କେବେ ଠାରୁ ପଡିଛି ସେ ନେଇ ନାନା ପ୍ରଶ୍ନ ଏବେ ଉଙ୍କି ମାରୁଛି। ତେବେ ଖବର ପିପିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିବା ସହିତ ଏହାକୁ କଟକ ଫୋରେନସିକ ଲାବୋରେଟୋରୀକୁ ପଠାଇ ଦେଇଛି। ଏନେଇ ପିପିଲି ଥାନାରେ ୨୨/୨୧ ରେ ଏକ ୟୁଡି କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି ପିପିଲି ପୋଲିସ। ସେପଟେ ଏହି ମଣିଷ କଙ୍କାଳ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।