Home ଓଡ଼ିଶା ମଣିନାଗ ପୀଠରେ ଜିଲ୍ଲା କିଷାନ୍ କଂଗ୍ରେସ ତରଫରୁ ଚାଷୀ ମହାପଞ୍ଚାୟତ ଅନୁଷ୍ଠିତ

ମଣିନାଗ ପୀଠରେ ଜିଲ୍ଲା କିଷାନ୍ କଂଗ୍ରେସ ତରଫରୁ ଚାଷୀ ମହାପଞ୍ଚାୟତ ଅନୁଷ୍ଠିତ

53

ନୟାଗଡ/୯/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ ରେ ରଣପୁର ମଣିନାଗ ପୀଠରେ ଜିଲ୍ଲା କିଷାନ୍ କଂଗ୍ରେସ ତରଫରୁ ଫେବୃୟାରୀ ୯ ତାରିଖ ମଧ୍ୟାନ୍ନ ରେ ଏକ ଚାଷୀ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଅଛି । ୩ ଟି କଳା କୃଷି ଆଇନ୍ ର ପତ୍ୟାହାର ଦାବୀ ସହ ଦେଶ ବ୍ୟାପି କୃଷକ ଆନ୍ଦୋଳନ କୁ ସମର୍ଥନ କରି ଏହି ମହାପଞ୍ଚାୟତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ମହାପଞ୍ଚାୟତ ଜିଲ୍ଲା କିଷାନ୍ କଂଗ୍ରେସ ଅଧକ୍ଷ ଧୃବ ଚରଣ ପରିଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ପ୍ରଦେଶ କିଷାନ୍ କଂଗ୍ରେସ ଅଧକ୍ଷ ଅମୀୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ସବାପତି ରଂଜିତ୍ ଦାସ , କଂଗ୍ରେସ ର ପୂର୍ବତନ ରଣପୁର ବିଧାୟକ ପ୍ରାର୍ଥୀ ଶୁଭଶ୍ରୀ ପଣ୍ଡା , ନୟାଗଡ ର ମନୋଜ କୁମାର ସାହୁ , ଖଣ୍ଡପଡା ର ବସନ୍ତ ମହାରଣା , ବରିଷ୍ଠ କଂଗ୍ରେସ ନେତ୍ରୀ ବିନୋଦିନୀ ମହାନ୍ତି , ଆଇ.ଏନ୍‌.ଟି.ୟୁ.ସି ର ଯୁବ ସଂଗଠକ ସତ୍ୟବ୍ରତ ନାୟକ , ବରିଷ୍ଠ କଂଗ୍ରେସ ନେତା ହୁସେନ୍ ଖାଁ ଯୋଗ ଦେଇଥିଲେ । ଏଥି ସହ ରଣପୁର ର କୃଷକ ନେତା ଅଜୟ ମହାନ୍ତି , ବାଉଁଶଗଡ ସରପଞ୍ଚ ଦିଲ୍ଲୀପ ଜେନା , ଆଇନଜିବୀ ସତ୍ୟ ରଞ୍ଜନ ମତା ଓ ସୁର୍ଦଶନ ପ୍ରଧାନ ପ୍ରମୁଖ ଅଭି ଭାଷଣ ରଖିଥିଲେ ।

ଅତୀତ ରେ କମ୍ୟୁନିଷ୍ଟ୍ ଦୁର୍ଗକୁ ଭାଙ୍ଗି କଂଗ୍ରେସ ଦୁର୍ଗ ରେ ପରିଣତ ହୋଇଥିବା ରଣପୁର ରେ କଂଗ୍ରେସର ପରିସ୍ଥିତି ଦୁର୍ବଳ ଯୋଗୁଁ ରଣପୁର କଂଗ୍ରେସ ନେତୃତ୍ୱ କୁ ଅଙ୍ଗୁଳି ନିର୍ଦେଶ କରିଥିଲେ  ବକ୍ତାମାନେ । ଶେଷରେ ରଣପୁର କଂଗ୍ରେସ ନେତ୍ରୀ ଶୁଭଶ୍ରୀ ପଣ୍ଡା ନିଜର ବ୍ୟକ୍ତି ଗତ ଅସୁସ୍ଥତା କାରଣ ଦର୍ଶାଇ ଅଭିଯୋଗ କୁ ଖଣ୍ଡନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ରଣପୁର ରେ କଂଗ୍ରେସ ର ସ୍ଥିତି କୁ ନେଇ ଆତ୍ମ ସମୀକ୍ଷା ଓ ରୋମନ୍ଥନ କରିବା ସହ ଏକଜୁଟ୍ ହୋଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଚାଲିଥିବା ଦୁର୍ନୀତି ର ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଥିଲେ । ରାଜ୍ୟ କିଷାନ୍ କଂଗ୍ରେସ ର ଅଧକ୍ଷ ନିଜ ଅଭି ଭାଷଣ ରେ କଳା କୃଷି ଆଇନ୍ କୁ ବାତିଲ୍ କରିବା ସହ ଓଡିଶା କୃଷକ ମାନଙ୍କୁ ଧାନ କ୍ୟୁଣ୍ଟାଲ୍ ପିଛା ୫ ଶହ ଟଙ୍କା ବୋନସ୍ ଦେବା ସହ ବଳକା ଧାନ କୁ ସରକାର କିଣିବା ପାଇଁ ଦାବୀ କରିଥିଲେ । ରଣପୁର କଂଗ୍ରେସ ସଂଗଠନରେ ଦୁର୍ବଳ ଥିବା ସତ୍ୱେ ଶତାଧିକ କିଷାନ୍ କଂଗ୍ରେସ ର ଚାଷୀ ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.