Home ଓଡ଼ିଶା ମଞ୍ଜୁରୀ ର ୩ ବର୍ଷ ପରେ ଦ୍ୱିଜ ବରାଡ ଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ମଞ୍ଜୁରୀ ର ୩ ବର୍ଷ ପରେ ଦ୍ୱିଜ ବରାଡ ଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

48

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୯- ରାଜ୍ୟ ରେ ବୃଦ୍ଧ ବୃଦ୍ଧା ମାନଙ୍କର ସାମାଜିକ ସୁରକ୍ଷା ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି । କିନ୍ତୁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ହୋଇଥିଲେ ମଧ୍ୟ ୩ ବର୍ଷ ପର୍ଯ୍ୟନ୍ତ ଭତ୍ତା ନ ପାଇ ଲୋକେ ସାମାଜିକ ସୁରକ୍ଷା ରୁ ବଂଚିତ ସେବଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ  । କୃଷ୍ଣଚନ୍ଦ୍ରପୁର ଗ୍ରାମର ଦ୍ୱିଜ ବରାଡ ଙ୍କର ୨୦୧୮ ମସିହା ସେପ୍ଟେମ୍ବର ମାସ ରେ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁରୀ ହୋଇଥିଲା । ସେ ଅକ୍ଟୋବର ମାସ ରେ ଭତ୍ତା ପାଇବା କଥା କିନ୍ତୁ ଅକ୍ଟୋବର ମାସ ୨୦ ତାରିଖ ରେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ସେ ଏକ ମକଦମା ଜେଲ ଯିବା କୁ ପଡିଥିଲା । ସେ ଜାମିନ୍ ନ ପାଇବା ରୁ ଜେଲ ଭିତରୁ ବାହାରି ପାରି ନଥିଲେ କି  ବାର୍ଦ୍ଧକ୍ୟ ଭତ୍ତା ଆଣିପାରି ନଥିଲେ । ଗତ ଜାନୁଆରୀ ୧୯ ତାରିଖ ୨୦୨୧ ମସିହା ରେ ଜେଲ୍ ରୁ ଜାମିନ୍ ରେ ଫେରିଥିଲେ । ଜେଲ୍ ରୁ ମୁକୁଳିବା ଆଦେଶନାମା ସହ ସେ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଙ୍କୁ ସମସ୍ତ କାଗଜାତ ଦାଖଲ କରିଥିଲେ । କିନ୍ତୁ ବାରମ୍ବାର ରଣପୁର ବ୍ଲକ କୁ ୮ ମାସ ହେଲା ଦଉଡୁ ଥିଲେ ମଧ୍ୟ ଏ ଯାଏଁ ବାର୍ଦ୍ଧକ୍ୟ ଭତ୍ତା ନପାଇ ଅସୁବିଧା ରେ ଚଳୁଥିବା କହିଛନ୍ତି ।

ଏ ସର୍ମ୍ପକେ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ  ସେ ଫୋନ୍ ଉଠାଇ ନଥିଲେ । ତେଣୁ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧରକାରୀ ଦାୟୀତ୍ୱ ରେ ଥିବା ସର୍ବେଶ୍ୱର ପାଣିଗ୍ରାହି ଙ୍କୁ  ଯୋଗାଯୋଗ କରିବାରେ କୁହନ୍ତି ଯେ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା  କଟି ଯାଇଥିବ ।  କାରଣ ୩ ମାସ ପର୍ଯ୍ୟନ୍ତ ଲଗାତର ଭତ୍ତା ନନେଲେ ତାହା ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କୁ ଆବେଦନ କଲେ ମିଳିଥାଏ । କିନ୍ତୁ ୩ ବର୍ଷ ହୋଇ ଯାଇଥିବାରୁ ତାଙ୍କର କାଗଜାତ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନୟାଗଡ ଉପ ଜିଲ୍ଲାପଳ ଙ୍କ ନିକଟକୁ ପଠାଇଲେ ତାହା ପୁନର୍ବାର ମିଳିପାରିବ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସାମାଜିକ ସୁରକ୍ଷା ଯୋଜନା ରେ ଦ୍ୱିଜ ବରାଡ ଙ୍କ ୁ ପୁଣି ଅର୍ନ୍ତଭୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.