Home ଜିଲ୍ଲା ପରିକ୍ରମା ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଇନର୍ଭଟର ଚୋରି

ମଞ୍ଜୁରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଇନର୍ଭଟର ଚୋରି

24

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର(ନୂତନ)ରୁ ଗତକାଲି ରାତ୍ରରେ ଇନର୍ଭଟର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଫାଟକ ତାଲା ଅକ୍ଷତ ଥିବାରୁ ଦୁର୍ବୁର୍ତ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ଡେଇଁ ହତା ଭିତରକୁ ଆସିଥିବା ଅନୁମାନ କରାଯାଉଛି । କେନ୍ଦ୍ରର ନୂତନ ଭାବେ ନିର୍ମିତ ବହୁମୁଖି ଗୃହର ଦରଜା ତାଲା ଭାଙ୍ଗି ଭିତରେ ପଶିବା ସହ ଇନର୍ଭଟର ଓ ମେସିନ ଚୋରି କରି ନେଇ ଯାଇଛନ୍ତି । ଆଜି ସକାଳେ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ବେଳେ ଏହି ଘଟଣା ଜଣାପଡିଥିଲା । ଏ ସମ୍ପର୍କରେ ଥାନା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଅରୁଣ କୁମାର ନାୟକ ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ୨୦୧୯ ମସିହା ଫେବୃୟାରୀ ମାସ ୯ତାରିଖ ରାତ୍ରରେ ମଧ୍ୟ ଅନୁରୂପ ଭାବେ ତାଲାଭାଙ୍ଗି ଚୋରମାନେ ବହୁ ସାମଗ୍ରୀ ଚୋରି କରିେଇଥିଲେ । ଏ ସମ୍ପର୍କରେ ମାମଲା ଋଜୁ ହୋଇଥିଲେ ବି ଚୋର ଧରାପଡିନଥିଲେ କି ସାମଗ୍ରୀ ଉଦ୍ଧାର ହୋଇ ପାରିନଥିଲା । ଏହି ଅଞ୍ଚଳରେ ଚୋରମାନେ ଚିକିତ୍ସାଳୟ ଓ ସ୍କୁଲ ଭଳି ସେବା ଅନୁଷ୍ଠାନକୁ ଟାର୍ଗେଟ କରି ନିୟମିତ ଭାବେ ଚୋରି କରିବା ଜଣାଶୁଣା କଥା । ପ୍ରତିବର୍ଷ ବଳଦେବଜୀଉ ହାଇସ୍କୁଲରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇ ଚାଲିଛି । ମାତ୍ର ଚୋର ଧରାପଡିବା ତ ଦୂରର କଥା ସାମଗ୍ରୀ ଉଦ୍ଧାର ହୋଇ ପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.