Home ଜିଲ୍ଲା ପରିକ୍ରମା ମଙ୍ଗଳପୁର ଓ ନରେନ୍ଦ୍ରପୁରରେ ରଥାଯାତ୍ରା ଅନୁଷ୍ଠିତ

ମଙ୍ଗଳପୁର ଓ ନରେନ୍ଦ୍ରପୁରରେ ରଥାଯାତ୍ରା ଅନୁଷ୍ଠିତ

15

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର ଓ ନରେନ୍ଦ୍ରପୁର ଗ୍ରାମରେ ରଥାଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି। ମଙ୍ଗଳପୁରରେ ସକାଳେ ଯଥାରୀତି ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା କରାଯିବା ପରେ ଅପରାହ୍ଣରେ ପହଣ୍ଡିବିଜେ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପରେ ଗ୍ରାମର ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ଦାସ ରାଜା ବେଶରେ ଛେରା ପହଁରା କରିଥିଲେ। ପରେ ଭକ୍ତମାନେ ଘଂଟ, ଘଂଟା, ହୁଳହୁଳି ଦେଇ ସଂକୀର୍ତନ କରି ରଥ ଟାଣିଥିଲେ। ଏହି ରଥକୁ ଶତାଧିକ ମହିଳା ଓ ପୁରୁଷ ମଳିକ ସାହିରୁ ଟାଣି ଟାଣି ଆଣି ମଙ୍ଗଳାସାହି ପୂର୍ବତନ ସରପଂଚ ସୁରେନ୍ଦ୍ର ନାୟକଙ୍କ ବାସଭବନ ସ୍ଥିତ ମାଉସୀମା ବାଡ଼ିରେ ପହଂଚିଥିଲେ। ପୂଜକ ଆଲୋକ ରଂଜନ ଆର୍ଯ୍ୟ ପୂଜା କାର୍ଯ୍ୟ ସମେତ ପହଣ୍ଡି କରାଇଥିଲେ। ଜୟ ଜଗନ୍ନାଥ କମିଟି ଉପଦେଷ୍ଟା ଗୀତିକାର ପଂଚାନନ ନାୟକ, ରମାକାନ୍ତ ମହାଳିକ, ପ୍ରତାପ ଚନ୍ଦ୍ର ନାୟକ, ଅନାଦି ଚରଣ ବେହେରା, ଗଦାଧର ମଳିକ, ଦୁର୍ଗାଚରଣ ନାୟକ, ସଭାପତି ଲମ୍ବୋଦର ବେହେରା, ସମ୍ପାଦକ ସତ୍ୟାନନ୍ଦ ବାରିକ, କୋଷାଧ୍ୟକ୍ଷ ଚିତରଂଜନ ବାରିକଙ୍କ ସମେତ କମିଟିର ସମସ୍ତ ସଭ୍ୟ ଓ ଗ୍ରାମବାସୀ ରଥଟଣା କାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ନରେନ୍ଦ୍ରପୁର ଗ୍ରାମରେ ନରେନ୍ଦ୍ରପୁର, ଛତ୍ରପଦା, ପାଟଣା ଗ୍ରାମର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନରେନ୍ଦ୍ରପୁର ସନାତନ ଗୋସେଇଁଙ୍କ ମଠରୁ ରଥଯାତ୍ରା ଆରମ୍ଭ ହୋଇଥିଲା। ନୀତିକାନ୍ତି ଅନୁଯାୟୀ ଚତୁର୍ଦ୍ଧା ମୂର୍ତିଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ରଘୁନାଥ ପଣ୍ଡା ପୂଜାକାର୍ଯ ଓ ପହଣ୍ଡି କରାଇଥିଲେ। ଗ୍ରାମର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଇଂ ଅଭୟ ସୂତାର ରାଜା ବେଶରେ ରଥରେ ଛେରା ପହଁରା କରିଥିଲେ। ପରେ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ଜୟ ଜଗନ୍ନାଥ ଧ୍ୱନି, ହରିବୋଲ ହୁଳହୁଳି ଦେଇ ଘଂଟ, ଘଂଟା, ଝାଞ୍ଜ କରତାଳି ତାଳେ ତାଳେ ସଂକୀର୍ତନ କରି ରଥ ଟାଣିଥିଲେ। ଏହି ରଥ ସନାତନ ଗୋସେଇଁଙ୍କ ମଠରୁ ଆରମ୍ଭ ହୋଇ ମା’ ପାଟଣ ମଙ୍ଗଳା ପୀଠ ସ୍ଥିତ ମାଉସୀ ମା ମନ୍ଦିରକୁ ଆସିଥିଲା। ରଥ କମିଟିର ମୁଖ୍ୟ ଶୀତଳ କୁମାର ବେହେରା, ଲକ୍ଷ୍ମୀଧର ମାଝୀ, ସତ୍ୟାନନ୍ଦ ଧଳ, ରାଧାଶ୍ୟାମ ସୂତାର, ସୌଭାଗ୍ୟ ରଂଜନ ନାୟକ, ଗୌରହରି ମହାକୁଡ଼, ତରୁଣ ସୂତାର, ହରିହର ପଣ୍ଡା, ଭରତ ଚନ୍ଦ୍ର ସୂତାର, ସରପଂଚ ଦୀପ୍ତିମୟୀ ନାୟକ, ପୂର୍ବତନ ସରପଂଚ ସୁଧାଂଶୁ କୁମାର ନାୟକଙ୍କ ସମେତ ସନାତନ ମଠ କମିଓ ରଥ କମିଟିର ସଦସ୍ୟମାନେ ରଥଟଣା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ରଥଯାତ୍ରାରେ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.