Home ଜିଲ୍ଲା ପରିକ୍ରମା ମକ୍‌ଡ୍ରିଲ୍ ପୂର୍ବରୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଅନୁଷ୍ଠିତ

ମକ୍‌ଡ୍ରିଲ୍ ପୂର୍ବରୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଅନୁଷ୍ଠିତ

25

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ମତେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୯.୦୬.୨୨ ସକାଳେ ଜିଲ୍ଲାର ସମସ୍ତ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀରେ ଅନୁଷ୍ଠିତ ହେବାକୁ ଥିବା ମକ୍‌ଡ୍ରିଲ୍ ପୂର୍ବରୁ ଆଜି ପୂର୍ବାହ୍ନ ୧୧ଟାରେ ଜିଲ୍ଲା ସ୍ତରୀୟ ଓ ଅପରାହ୍ନ ୪ଟାରେ ପ୍ରତ୍ୟେକ ବ୍ଲକ୍‌ରେ ବ୍ଲକ୍ ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସଂପୃକ୍ତ ବିଭାଗୀୟ ପ୍ରସ୍ତୁତିର ସମୀକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ଏହି ଟେବୁଲ ଟପ୍ ଅଭ୍ୟାସ ଆଜି ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଡି.ଏଫ୍‌.ଓ. ଅଧିର କୁମାର ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଏ.ପି.ଡି. କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଏନ୍‌.ଡି.ଆର୍‌.ଏଫ୍‌. ଅଧିକାରୀ ଏସ୍‌.ଏଚ୍‌. ସୁମନ, ଓସଡମାରୁ ସତ୍ୟବ୍ରତ ପାଢ଼ୀ ଓ ଏସ୍‌.ଆର୍‌.ସି.ଙ୍କ ତରଫରୁ ରଣଜିତ୍ ନାୟକ ପ୍ରମୁଖଙ୍କ ସହ ସଂପୃକ୍ତ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ସୂଚନା, ସଚେତନତା, ସତର୍କତା, କଣ୍ଟ୍ରୋଲ ରୁମ୍ ପରିଚାଳନା, ରିଲିଫ୍‌, କ୍ଷୟକ୍ଷତି ଆକଳନ ଓ ବିପର୍ଯ୍ୟୟ ସମୟ, ତାର ପ୍ରାକ୍ ଓ ପର ପରିସ୍ଥିତିରେ ସଂପୃକ୍ତ ବିଭାଗ ମାନଙ୍କର ଦାୟିତ୍ୱ ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଦୃଶ୍ୟ ଓ ଶ୍ରାବ୍ୟ ଫଳକ ଜରିଆରେ ନିଜ ନିଜର ପ୍ରସ୍ତୁତି ଓ ଯୋଜନା ନେଇ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥାପନାକୁ ଅତିରିକ୍ତ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରି ଆବଶ୍ୟକ ସ୍ଥଳେ ପ୍ରାକ୍ ପ୍ରସ୍ତୁତି ବଢ଼ାଇବା, କାଗଜ ପତ୍ରରେ ଯାହା ଉପସ୍ଥାପନ କରାଗଲା ବାସ୍ତବ କ୍ଷେତ୍ରରେ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବରୁ ପରେ ଓ ବିପର୍ଯ୍ୟୟ ସମୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଲାଇନ୍ ଡ଼ିପାର୍ଟମେଣ୍ଟମାନଙ୍କ ଦ୍ୱାରା ନିଆଯାଇଥିବା ଓପ୍ରସ୍ତୁତି ଓ ଯୋଜନା ସମ୍ବନ୍ଧରେ ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ଓ ପରିମଳ, କୃଷି, ବିଦ୍ୟୁତ୍‌, ଅଗ୍ନିଶମ, ଡ୍ରେନେଜ୍‌, ପୌର କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସା, ଯୋଗାଣ, ଜିଲ୍ଲା ସମାଜ ମଙ୍ଗଳ, ଜିଲ୍ଲା ମଙ୍ଗଳ, ସାମାଜିକ ସୁରକ୍ଷା, ଆର୍‌.ଡି., ପି.ଡବ୍ଲ୍ୟୁ.ଡି., ମତ୍ସ୍ୟ, ବନ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ଆଦି ବିଭାଗୀୟ ଅଧିକାରୀମାନେ ଉପସ୍ଥାପନ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.