ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମକର ସଂକ୍ରାନ୍ତି ପାଇଁ ମଙ୍ଗଳବାର ଉତ୍ସବ ମୁଖର ହୋଇ ଉଠିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ମନ୍ଦିରର ପରମ୍ପରା ଅନୁଯାୟୀ ମଣିବାବାଙ୍କୁ ଲାଗି ହୋଇଥିଲା ନୂଆ ଚାଉଳ ଓ ଆଖୁ ଛେନା ପଣାରେ ପ୍ରସ୍ତୁତ ମକରଚାଉଳ ଓ ପୋଡପିଠା ଭୋଗ। ମଣିବାବାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ଯାପକ ବ୍୍ୟବସ୍ଥା କରାଯାଇଥିଲା ପୀଠରେ। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଭିତରେ ଓ ବାହାରେ ସ୍ୱତନ୍ତ୍ର ବ୍୍ୟାରିକେଡ ବ୍୍ୟବସ୍ଥା କରାଯାଇଥିଲା। ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ ସହ ରୀତିନୀତି ଅନୁଯାୟୀ ଜଳାଭିଷେକ ଓ ଘର୍ଷଣ ଲାଗିକରାଯାଇ ସମସ୍ତ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ମକର ଚାଉଳ ଓ ପୋଡପିଠା ଭୋଗ ଲାଗି କରାଯାଇଥିଲା ମଣିବାବାଙ୍କୁ। ଅପରାହ୍ଣ ସୁଧା ସମସ୍ତ ସକାଳ ନୀତିକାନ୍ତି ସରିବା ପରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍୍ୟା ଆଳତୀ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ମକର ସଂକ୍ରାନ୍ତିରେ ବାବା ଆଖଣ୍ଡଳମଣିଙ୍କୁ ଲାଗିହେଲା ନୂଆ ମକର ଚାଉଳ ଓ ପୋଡପିଠା, ବଡସିଂହାର ବେଶରେ...