ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ମକର ସଂକ୍ରାନ୍ତି ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଭଦ୍ରକ ଜିଲ୍ଲାର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ । ଭୋର ୪ଟାରେ ଦ୍ୱାର ଫିଟା ନିତି ସହ ମଙ୍ଗଳ ଆଳତୀ, ଘର୍ଷଣଲାଗି , ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ମକର ନୀତି ନିମନ୍ତେ ପରମ୍ପରା ଅନୁଯାୟୀ ସେବାୟତଙ୍କ ପକ୍ଷରୁ ନୂଆ ମକର ଚାଉଳ ଓ ପୋଡ଼ପିଠା ଲାଗି କରାଯାଇଥିଲା। ଦିନ ତମାମ ଭକ୍ତଙ୍କ ଗହଳି ଲାଗିଥିଲା ପୀଠରେ। ମଙ୍ଗଳା ଆଳତୀ ପରେ ପହିଲି ଭୋଗରେ ଲାଗି କରାଯାଉଥିଲା ମକର ଚାଉଳ ଓ ପୋଡ଼ ପିଠା ଭୋଗ। ମକର ପାଇଁ ଭୋର ୪.୩୦ମିନିଟ ରେ ମନ୍ଦିର ପହୁଡ଼ ଖୋଲା ହେବା ପରେ ମଙ୍ଗଳ ଆଳତି କରାଯାଉଥିଲା ଆଗନ୍ତୁକ ଶ୍ରଦ୍ଧାଳୁ ଓ ସମସ୍ତ ସେବାୟତ ପରିବାରଙ୍କ ଘରୁ ମଧ୍ୟ ମକର ଚାଉଳ ଓ ପୋଡ଼ ପିଠା ବାବାଙ୍କ ପାଖରେ ଭୋଗ ଲାଗିଥିଲା। ଭକ୍ତ ମାନେ ବ୍ୟାରିକେଡରେ ଧାଡିରେ ଆସି ଆଖଣ୍ଡଳମଣୀ ଙ୍କୁ ଦର୍ଶନ କରିଥିଲେ। ସନ୍ଧ୍ୟା ଯାଏଁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା ପୀଠରେ। ଭକ୍ତ ଙ୍କ ଭିଡ କୁ ଦୃଷ୍ଟି ରେ ରଖି ମନ୍ଦିର ପରିସର ସମେତ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା ।







