Home କେନ୍ଦୁଝର ମଉଦା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମଉଦା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

54

ହାଟଡିହି, ୨୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ମଉଦା ଗ୍ରାମରେ ନେତାଜୀ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ଜଜ ହିମାଶୁଂ ଶେଖର ମଲ୍ଲିକ, ମନୋରଞ୍ଜନ ନାୟକ, ତପନ ମଲ୍ଲିକ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ୧୬ଟି ଦଳ ଭାଗନେଇଥିବାବେଳେ ଆଜି ତିନୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ଅଢ଼ାଳପଙ୍କ, ବଞ୍ଚୋ, ସାଇ ଇଲେଭେନ ଆଗରପଡା, ମା ବାସୁଳୀ ଅଁଳା ଗଡିଆ କ୍ରିକେଟ ଟିମ ପ୍ରଭୃତିଙ୍କ ମଧ୍ୟରେ ତିନୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦୁଇଟି ଲିଗ ମ୍ୟାଚ ପରେ ଅନୁଷ୍ଠିତ ପ୍ରଥମ କ୍ୱାଟର ଫାଇନାଲରେ ଅଢ଼ାଳପଙ୍କ କ୍ରିକେଟ ଟିମ ସାଇ ଇଲେଭେନ ଆଗରପଡାକୁ ୬ଉଇକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ନେତାଜୀ କ୍ଲବର ରାଧେଶ୍ୟାମ ଜେନା, ଜବାନ କୁମାର ନାୟକ, ଗୌରାଙ୍ଗ ପଳତା, ଧନେଶ୍ୱର ସାହୁ, ଚିନ୍ମୟ ନାୟକ, ଶ୍ରୀତମ ଚନ୍ଦ୍ର, ଅରୁଣ ଜେନା, ମୁନା ଜେନା, ମିହିର ସାହୁ, ବିଶ୍ୱଜିତ ରାଉତ, ପ୍ରଦୀପ ଜେନା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.