Home ଜିଲ୍ଲା ପରିକ୍ରମା ଭୟଭୀତ ନ ହେବା କୌଣସି ଲକ୍ଷଣ ପ୍ରକାଶ ପାଇଲେ ଅବା ସନ୍ଦେହ ହେଲେ ପରୀକ୍ଷା କରିବାକୁ...

ଭୟଭୀତ ନ ହେବା କୌଣସି ଲକ୍ଷଣ ପ୍ରକାଶ ପାଇଲେ ଅବା ସନ୍ଦେହ ହେଲେ ପରୀକ୍ଷା କରିବାକୁ ଅନୁରୋଧ କଲେ, ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ

130

ବଲାଙ୍ଗୀର ୨୦-୦୮, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ର ଠିକାଦାର ପଡା ରେ ଗତ ୧୨ ତାରିଖରେ ୪ ଜଣ ଆକ୍ରାନ୍ତ ହେବା ଜଣା ପଡିବା ପରେ ଉକ୍ତ ୬ ନମ୍ବର ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଓ ବଫୋର ଯୋନ ଘୋଷଣା କରି ଅଞ୍ଚଳ କୁ ସିଲ କରାଯାଇଥିଲା। ସେହିପରି ଉକ୍ତ ୱାର୍ଡ ର ଅନ୍ୟ ଅଞ୍ଚଳ କୁ ବଫର ଯୋନ ଘୋଷଣା କରାଯାଇଥିଲା। ଗତ ୧୫ ତାରିଖରେ ୧୨୮ଜଣ ଙ୍କ ରାପିଡ଼ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ସେଥିରୁ ୯ ଜଣ ଆକ୍ରାନ୍ତ ଚିନ୍ହଟ ହୋଇଥିଲେ

ସେହିପରି ପୁଣି ୮୨ ଜଣ ଙ୍କ ମଧ୍ୟରୁ କର୍ଯ୍ୟରତ ଥିବା ୨ ଜଣ ଓ ୧୪ ନଂ ୱାର୍ଡ ଗୋସଲା ପଡା ରୁ ଜଣେ। ତେବେ ଉକ୍ତ ତିନି ଜଣ ଙ୍କୁ ପିପଲପଦର ସ୍ଥିତ କୋଭିଡ କେୟାର ୟୁନିଟ କୁ ପଠେଇ ଦିଆଯାଇଥିଲା। ଉକ୍ତ ତିନି ଜଣ ଙ୍କୁ ମିଶେଇ ସହର ରେ ସମୁଦାୟ ୧୬ ଜଣ ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ, ପୁନଃ ଉକ୍ତ ୩ ଜଣ ଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଥିବା ବା ତାଙ୍କ ସଂସ୍ପର୍ଶରେ ଆସି ଥିବା ଅନ୍ୟ ମାନଙ୍କ ପରୀକ୍ଷା କରାଯାଇଥିଲା। ପୁନଃ ସମୁଦାୟ ୭୫ ଜଣ ଙ୍କ ପରୀକ୍ଷା କରାଯାଇଥିବା ବେଳେ ପୁଣି ୯ ଜଣ ଅକ୍ରାନ୍ତ ଚିନ୍ହଟ ହୋଇଥିବା ସୂଚନା ମିଳିଛି। ଉକ୍ତ ସମସ୍ତ ଅକ୍ରାନ୍ତ ଙ୍କୁ ସରକାରୀ ଭାବେ କୋଭିଡ କେନ୍ଦ୍ର ପଠେଇ ଚିକିତ୍ସା ଆରମ୍ଭ କରିଦିଆଯିବା ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ କୃଷ୍ଣ ଚନ୍ଦ୍ର ପାଲ ଜଣାଇଛନ୍ତି। ଏପରି ଅକ୍ରାନ୍ତ ଙ୍କ ସଂଖ୍ୟ। ବୃଦ୍ଧି ପାଇଚାଲିଥିବା ନେଇ ସହରରେ ଲୋକେ ଭୟଭୀତ ରହୁଥିବା ନେଇ ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ପାଲ ସାଧାରଣ ଭୟଭୀତ ନ ହେବା ଓ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ପରୀକ୍ଷଣ କରିବା ତଥା ସନ୍ଦେହ ହେଲେ ନିଜେ ଆସି ପରୀକ୍ଷଣ କରିବା କୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.