Home ଆନ୍ତର୍ଜାତୀୟ ଭୟଙ୍କର ଭୂକମ୍ପରେ ୧୪ଜଣଙ୍କ ମୃତ୍ୟୁ ;୬୦୦ରୁ ଅଧିକ ଲୋକ ଆହତ

ଭୟଙ୍କର ଭୂକମ୍ପରେ ୧୪ଜଣଙ୍କ ମୃତ୍ୟୁ ;୬୦୦ରୁ ଅଧିକ ଲୋକ ଆହତ

775

ଆଲବାନିଆ୨୬ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଲବାନିଆରେ ଆଜି ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିବା ଜଣାପଡ଼ିଛି। ଏହି ଭୟଙ୍କର ଭୂକମ୍ପରେ ଏପର୍ୟ୍ୟନ୍ତ ୧୪ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୁଚନା ମିଳିଛି। ଏହାସହିତ ଅନେକ କୋଠା ଭୁଶୁଡି ପଡ଼ିଥିବା ସୂଚନା ମିଳିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.