Home ଜିଲ୍ଲା ପରିକ୍ରମା ଭୋର ସାଢେ ୪ଟାରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ, ଲକ୍ଷାଧିକ ଭକ୍ତଙ୍କ ସମାଗମ, ଦୁର୍ଲଭ...

ଭୋର ସାଢେ ୪ଟାରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ, ଲକ୍ଷାଧିକ ଭକ୍ତଙ୍କ ସମାଗମ, ଦୁର୍ଲଭ ସୁନାବେଶରେ ଦର୍ଶନ ଦେଲେ ମଣିବାବା

5

ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜାଗରଯାତ୍ରା ପାଇଁ ଭକ୍ତମୟ ହୋଇ ଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଭକ୍ତମାନଙ୍କର ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପୀଠ। ଜାଗରଯାତ୍ରା ଦିନ ରୀତିନୀତି ଅନୁଯାୟୀ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତି ଓ ସକାଳ ନୀତିକାନ୍ତି ସଂଧ୍ୟା ୬ଟା ସୁଧା ସରିବା ପରେ ପ୍ରଥମ, ଦ୍ୱିତୀୟ, ତୃତିୟ, ଚତୁର୍ଥ ଏପରି ଚାରି ପ୍ରହର ଘର୍ଷଣ, ରୁଦ୍ରାଭିଷେକ ଓ ଜଳାଭିଷେକ ନୀତି ରାତ୍ର ୧୨ଟାରେ ସମ୍ପନ୍ନ ହେବା ପରେ ରତ୍ନଭଣ୍ଡାର ଘରୁ ପ୍ରଶାସନିକ ଅଧିକାରୀ ଓ କନିକାରାଜାଙ୍କ ପ୍ରତିନିଧିଙ୍କ ଦ୍ୱାରା ସୁନା ଅଳଙ୍କାର ଅଣାଯିବା ପରେ ସେବାୟତଙ୍କ ଦ୍ୱାରା ସୁନାବେଶ କରାଯାଇଥିଲା। ରାତ୍ର ୧ଟା୩୦ରୁ ୩ଟା ଯାଏଁ ସୁନାବେଶକୁ ସର୍ବସାଧାରଣ ଦର୍ଶନ କରିବା ପରେ ରାତ୍ର ୩ଦ୩୦ରୁ ୪ଦ୩୦ମଧ୍ୟରେ ଷୋଡଶ ଉପଚାର ପୂଜାରେ ମହାଦୀପ ପ୍ରତିଷ୍ଠା ଓ ଅଗ୍ନି ସଂଯୋଗ କରାଯାଇ ୪ଦ୩୫ ଘଂଟାକିର୍ତନ ସହ ଭକ୍ତମାନଙ୍କ ଗହଣରେ ମହାଦୀପକୁ ବେଢା ପରିକ୍ରମା କରାଯାଇ ବିଶ୍ୱକଲ୍ୟାଣ ଉଦ୍‌ଯେଶରେ ମହାଦୀପ ମନ୍ଦିରଚୂଡାକୁ ଉଠିଥିଲା। ଏଥିପାଇଁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଉଭୟ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ଗତ ମଙ୍ଗଳବାର ଠାରୁ ୩ଦିନ ଧରି ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ, ଏସପି ମାଡକର ସନ୍ଦିପ ସମ୍ପଦ, ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ସୌରଭ ଚକ୍ରବର୍ତୀ, ଏଏସିପି ହିମାଂଶୁ ଦ୍ୱିବେଦୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ପୀଠରେ ରହି ସମସ୍ତ ପ୍ରସ୍ତୁତି କାର୍ଯ୍‌ଯ ଉପରେ ନଜର ରଖିବା ସହ ମନ୍ଦିରରେ ରହି ନୀତିକାନ୍ତିର ସୁପରିଚାଳନା କରିଥିଲେ। ଚଳିତବର୍ଷ ଭକ୍ତମାନଙ୍କ ପାଇଁ ହୋଇଥିବା ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥାକୁ ଭକ୍ତମାନେ ସ୍ୱାଗତ କରିଥିଲେ। ଅନ୍ୟପଟେ ଜିଲା ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ଏକ ସୂଚନାକେନ୍ଦ୍ର ଖୋଲାଯାଇ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ପରିଚାଳନା କରାଯାଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ସେହିପରି ସତ୍ୟଶାଇ ସେବା ସଂଘଠନ ଓ ବାବାମଣି ଡିଗ୍ରୀ ମହାବିଦ୍‌ଯାଳୟର ଏନଏସଏସର ଛାତ୍ରଛାତ୍ରୀଙ୍କ ଦ୍ୱାରା ପୀଠରେ ୩ଦିନ ଧରି ସଫେଇ କାର୍ଯ୍ୟ କରାଯିବା ସହ ଆଗନ୍ତୁକ ଭକ୍ତମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.