Home ଜିଲ୍ଲା ପରିକ୍ରମା ଭୋଟ ବର୍ଜନପାଇଁ ଚେତାବନୀ ଦେଲେ କଣ୍ଡରାଗଡିଆ ଗ୍ରାମବାସୀ

ଭୋଟ ବର୍ଜନପାଇଁ ଚେତାବନୀ ଦେଲେ କଣ୍ଡରାଗଡିଆ ଗ୍ରାମବାସୀ

162

ଖଇରା, ୧୯/୪/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହରୋ)- ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧିନ କଣ୍ଡରାଗଡିଆ ଗ୍ରାମର ୭ନମ୍ବର ୱାର୍ଡର ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଂଚିତ ହେଉଥିବାରୁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନକୁ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି। ସମସ୍ୟା ଭିତରେ ଗାଁକୁ ନିତିଦିନିଆ ରାସ୍ତାଟିଏ ନଥିବାରୁ ଜୀବନମରଣ ସମୟରେ ରୋଗୀମାନଙ୍କୁ ଖଟିଆ କିମ୍ବା କାନ୍ଧରେ ବୋହି ବୋହି ଆଣିବାକୁ ପଡିଥାଏ। ଜରୁରୀକାଳୀନ ସମୟରେ ଦମକଳ କି ଆମ୍ବୁଲାନ୍ସ ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇଥାଏ। ପୂର୍ବରୁ ଥିବା ଅଙ୍ଗନୱାଡି କେନ୍ଦ୍ରଟିକୁ ଅନ୍ୟ ଗ୍ରାମକୁ ଉଠାଇ ନିଆଯିବା ପରେ ଅନ୍ୟଏକ ଅଙ୍ଗନୱାଡି କେନ୍ଦ୍ର ମଞ୍ଜୁରୀ ହୋଇପାରିଲା ନାହିଁ। ବିଦ୍ୟାଳୟଟିଏ ନଥିବାରୁ ୨/୩କିମି ଦୂରକୁ ଚାଲି ଚାଲି ଅନ୍ୟଗ୍ରାମକୁ ପାଠପଢିବାକୁ ଯାଆନ୍ତି ପିଲାମାନେ। ପାନୀୟ ଜଳର କଥା ନକହିବା ଭଲ। ପ୍ରତିଥର ନିର୍ବାଚନ ସମୟରେ ନେତାମାନେ ଗ୍ରାମକୁ ଯାଇ ଭୋଟର ମାନଙ୍କୁ ବିଭିନ୍ନ ପ୍ରକାର ପ୍ରତିଶ୍ରୃତିଦେଇଥାନ୍ତି ଓ ପରେ ସେ ସବୁକୁ ନିର୍ବାଚନପରେ ଭୁଲୁଯାଇଥାନ୍ତି। ହେଲେ ଗ୍ରାମବାସୀ କଥାକେହି ବୁଝିନଥାନ୍ତି। ଗ୍ରାମବାସୀମାନେ ସେମାନଙ୍କର ଦାବି ବାବଦରେ ବିଭିନ୍ନ ସମୟରେ ଦାବିପତ୍ର ଦେଇଆସୁଥିଲେ ମଧ୍ୟ କେହିକର୍ଣ୍ଣପାତ କରନ୍ତିନାହୀଁ। ସ୍ୱାଧିନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି। ଆଗାମୀ ୪ ଦିନଭିତରେ ଯଦି ସମସ୍ୟାର ସମାଧାନ କରାନଯାଏ ତାହେଲେ ଚଳିତ ବର୍ଷ ସାଧାରଣ ନିର୍ବାଚନରେ ହେଉଥିବା ଭୋଟଦାନକୁ ବର୍ଜନ କରିବାପାଇଁ ଆୟୋଜିତ ବୈଠକରେ ନିଷ୍ପତି ନେଇଛନ୍ତି। ଗ୍ରାମର ସୁରେନ୍ଦ୍ର ଦାସ, ପଦ୍ମଲୋଚନ ଦାସ, ପର୍ଶୁରାମ ଦାସ, ମାୟାଧର ଦାସ, କବିତା ଦାସ, ଭାରତୀ ଦାସ, ଝରଣା ଦାସ, ରୀତା ଦାସ ଓ ରୂପା ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏଠାରେ ପ୍ରକାଶ ଥାଉକି ଗ୍ରାମର ମୌଳିକ ସମସ୍ୟା ବାବଦରେ ବିଡିଓ, ତହସିଲଦାର ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଖଇରା ଅତିରିକ୍ତ ତହସିଲଦାସ ବିଭାଷ ରଂଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ଆମ୍ଭର ହସ୍ତଗତ ହୋଇଛି, ବର୍ତ୍ତମାନ ନିର୍ବାଚନ ସମୟ ଚାଲିଛ, ନିର୍ବାଚନପରେ ତହସିଲଦାରଙ୍କ ସହିତ ଆଲୋଚନା କରି ନିଷ୍ପତି ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.