Home ଜିଲ୍ଲା ପରିକ୍ରମା ଭୋଟର ତାଲିକା ହେଲେ ତ୍ରୁଟି ମୁକ୍ତ, ଗଣତନ୍ତ୍ର ହୋଇବ ସଶକ୍ତ – ଜିଲ୍ଲାପାଳ, ସ୍ୱତନ୍ତ୍ର ସଂକ୍ଷିପ୍ତ...

ଭୋଟର ତାଲିକା ହେଲେ ତ୍ରୁଟି ମୁକ୍ତ, ଗଣତନ୍ତ୍ର ହୋଇବ ସଶକ୍ତ – ଜିଲ୍ଲାପାଳ, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନେଇ ସର୍ବ ଦଳୀୟ ବୈଠକ , ଚିଠା ଭୋଟର ତାଲିକା ପ୍ରକାଶିତ

15

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୬ ଜାନୁୟାରୀ ୨୦୨୫ରେ ପ୍ରକାଶିତ ହେବାକୁ ଥିବା ନୂତନ, ତ୍ରୁଟିଶୂନ୍ୟ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ନେଇ ପର୍ଯ୍ୟାୟକ୍ରମେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ, ପ୍ରକ୍ରିୟା ସମ୍ବନ୍ଧରେ ସଚେତନତା ଉଦ୍ଦେଶ୍ୟରେ ସ୍ୱୀକୃତି ପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା, ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଚିଠା ଭୋଟର ତାଲିକା ପ୍ରକାଶନ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲୀପ୍ ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ସହକାରୀ ଜିଲ୍ଲାପାଳ ନିର୍ବାଚନ ସାଗରିକା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳଙ୍କ ଦ୍ୱାରା ଚିଠା ଭୋଟର ତାଲିକା ପ୍ରକାଶନ କରାଯାଇଥିଲା । ଭୋଟର ତାଲିକା ତ୍ରୁଟି ଶୂନ୍ୟ ହେଲେ, ପ୍ରତ୍ୟେକ ଭୋଟର ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିପାରିବେ । ସୁଶାସନ ମିଳିବ, ଗଣତନ୍ତ୍ର ସଶକ୍ତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅକ୍ଟୋବର ୨୯ ଚିଠା ପ୍ରକାଶନ ଦିନ ଠାରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ପ୍ରକାଶିତ ଚିଠା ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା, ନୂତନ ଭୋଟର ଯୁକ୍ତ ହେବା, ମୃତ, ସ୍ଥାନାନ୍ତର ଭୋଟର ବାଦ ଦେବା ଆଦି ସମ୍ବନ୍ଧୀୟ ଆପତି ଅଭିଯୋଗ ଗ୍ରହଣ କରାଯାଇ ଡ଼ିସେମ୍ବର ୨୪ ସୁଦ୍ଧା ଶୁଣାଣି କରି ୬ ଜାନୁୟାରୀ ୨୦୨୫ରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତି ଓ ପ୍ରକ୍ରିୟା ସମ୍ବନ୍ଧରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ । ଜାନୁୟାରୀ ୧କୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରାଯାଇ ୧୭-୧୮ ବର୍ଷ ବର୍ଗର ଭୋଟର ମାନଙ୍କ ଆଗୁଆ ଆବେଦନ ପାଇଁ ବର୍ଷର ୪ଟି ଯୋଗ୍ୟତା ସୂଚକ ତାରିଖ ସୁଯୋଗ ରଖାଯାଇଛି । ଜାନୁୟାରୀ-୧, ଅପ୍ରେଲ-୧, ଜୁଲାଇ-୧ ଓ ଅକ୍ଟୋବର-୧କୁ ୧୮ ବର୍ଷ ଛୁଇିଁ ଥିବା ଭୋଟରମାନେ ତାଲିକା ଭୁକ୍ତ ହେବା ପାଇଁ ଆବେଦନ କରି ପାରିବେ । ଭୋଟର ହେଲପ୍ ଲାଇନ୍ ଆପ୍ ଜରିଆରେ ଘରେ ବସି ଆବେଦନ କରିପାରିବେ । ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ଫର୍ମ ନଂ ୬, ବାଦ୍ ପାଇଁ ଫର୍ମ ନଂ୭, ତ୍ରୁଟି ସଂଶୋଧନ ସ୍ଥାନାନ୍ତରଣ ବୁଥ୍ ପରିବର୍ତନ, ନୂତନ ପରିଚୟ ପତ୍ର ପାଇଁ ଫର୍ମ ନଂ ୮ରେ ଆବେଦନ କରାଯାଇ ପାରିବ । । ବି.ଏଲ୍‌.ଓ. ମାନେ ଘରକୁ ଘର ବୁଲି, ସ୍ୱତନ୍ତ୍ର ଅଭିଯାନ ଦିବସରେ ବୁଥ୍ ଖୋଲା ରଖି ନିଜେ ଉପସ୍ଥିତ ରହି ଆବଶ୍ୟକତା ମତେ ସମସ୍ତ ସହାୟତା ଭୋଟର ମାନଙ୍କୁ ଯୋଗାଇ ଦେବେ । ରାଜନୈତିକ ଦଳମାନଙ୍କ ତରଫରୁ ମଧ୍ୟ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥ୍ ଏଜେଣ୍ଟ ନିୟୋଜିତ କରିପାରିବେ । ପ୍ରକାଶିତ ଚିଠା ତାଲିକା ଅନୁଯାୟୀ ୨୯-୧୦-୨୦୨୪ ସୁଦ୍ଧା ଜିଲ୍ଲାରେ ସମୁଦାୟ ଭୋଟର ସଂଖ୍ୟା ୧୨,୯୪,୦୬୨ । ସେଥି ମଧ୍ୟରେ ପୁରୁଷ ୬,୬୬,୨୬୬, ମହିଳା ୬,୨୭,୬୭୦ ଓ ତୃତୀୟ ଲିଙ୍ଗୀ ୧୬୬ । ସମୁଦାୟ ବୁଥ୍ ସଂଖ୍ୟା ୧୩୨୬ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.