Home ଓଡ଼ିଶା ଭୋଟରଙ୍କ ଭୋଟ ଚିନ୍ତା …

ଭୋଟରଙ୍କ ଭୋଟ ଚିନ୍ତା …

1887

– ଦେବ ପ୍ରସାଦ ମିଶ୍ର
୨୦୧୯ ରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଅଳ୍ପ ସମୟ ଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ଥିବା ରାଜନୈତିକ ଦଳ ଗୁଡିକ ପରସ୍ପର ମଧ୍ୟରେ ଦୋଷାରୋପ, ମନ୍ତବ୍ୟ, କଟୁମନ୍ତବ୍ୟ ବିଭିନ୍ନ ବିଷୟରେ ଆଲୋଚନା ସମାଲୋଚନା ପରସ୍ପର ମଧ୍ୟରେ କଥା କଟାକଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନାକୁ ନେଇ ପରିସ୍ଥିତିକୁ ଏପରି ଜଟିଳ କରିଛି ଯେ ସାଧାରଣ ଭୋଟରଟିଏ କେଉଁ ଦଳକୁ ତା ଭୋଟ ଖଣ୍ଡିକ ଦେବ ସେଥିପାଇଁ ମନ ସ୍ଥିର କରିପାରୁ ନାହିଁ। ରାଜ୍ୟର ଶାସନରେ ଥିବା ବିଜୁଜନତା ଦଳ ରାଜ୍ୟରେ ଅନେକ ଲୋକାଭିମୁଖୀ ଜନପ୍ରିୟ ଯୋଜନା କାର୍ଯ୍ୟକାରୀ କରୀ ତାର ପ୍ରଚଳନ ପାଇଁ ନାନା ପ୍ରକାର ଉଦ୍ୟମ ଜାରି ରଖିଥିଲେ ମଧ୍ୟ ତାହା ପ୍ରକୃତରେ କ୍ଷେତ୍ର ଉପରେ ପହଞ୍ଚିପାରି ନଥିବାର ଅଭିଯୋଗ ହୋଇଆସୁଛି, ମୁଖ୍ୟମନ୍ତ୍ରୀ ଯେତେଥର ଲୋକପ୍ରତିନିଧି ଓ ସରକାରୀ ସ୍ତରରେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ଏହି ସବୁ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ନିବେଦନ କରି ଶେଷରେ ନିଜେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ପଞ୍ଚାୟତକୁ ଉନ୍ନୟନ ମୂଳକ ଯୋଜନାରେ କୋଟି କୋଟି ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ତାହା ବହୁ ବିଳମ୍ବରେ ଦେଲେ ସେସବୁ ଅର୍ଥ ବିନିଯୋଗ ହୋଇ ଲୋକେ ସୁଫଳ ପାଇବା ବେଳକୁ ନିର୍ବାଚନ ସରିଯାଇଥିବ।

କେନ୍ଦ୍ରସରକାର ଭାରତୀୟ ଜନତା ପାର୍ଟି ମଧ୍ୟ ତାଙ୍କ ଦଳ କରିଥିବା ଜନ ମଙ୍ଗଳକାରୀ ଯୋଜନା ଗୁଡିକର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରୀ ରଖି ଦଳର ପ୍ରଚାର ଚଳାଇଥିବା ବେଳେ ରାଜ୍ୟ ପ୍ରଚଳନ କରୁଥିବା ଯୋଜନା ଗୁଡିକରେ କେନ୍ଦ୍ରର ଭାଗ ଅଧିକ ବୋଲି ପ୍ରଚାର କରି ଟଙ୍କିକିଆ ଚାଉଳ ଯୋଜନାରେ ଉପକୃତ ହେଉଥିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିବା ବେଳେ ଉଭୟ ଦଳ ପକ୍ଷରୁ ତାକୁ ନେଇ ଗଣମାଧ୍ୟମ ଟିଭିରେ ଯେଉଁ ପରସ୍ପର ମଧ୍ୟରେ କଥା କଟାକଟି ଚାଲିଛି ତାହା ଭୋଟର ମାନଙ୍କ ମନରେ ଅଧିକ ସନ୍ଦେହ ସୃଷ୍ଟି କରୁଛି, ଟିଭିରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଅଧିକ ଏଣୁ ତେଣୁ କଥା ପୁରାଇ ଘଟଣାକୁ ଆଉ ବିକୃତ କରୁଛି, ଉତ୍ତରଦାତାଙ୍କ କଥା ନ ସରୁଣୁ ତା ଉପରେ ଚଢି କଥା କହି ବିଷୟକୁ ଆହୁରି ଗୋଳିଆ କରୁଛନ୍ତି ତେଣୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ପରସ୍ପର ପ୍ରତି ଦୋଷାରୋପ କଥା କଟାକଟି ବନ୍ଦ କରି ନିଜ ନିଜର ଇସ୍ତାହାରରେ ଦେଇଥିବା ପ୍ରତିଶୃତି ଗୁଡିକ କେତେଦୁର କାର୍ଯ୍ୟକାରି କରିଛନ୍ତି ତାର ପ୍ରାମାଣିକ ତଥ୍ୟ ଉଦାହରଣ ସହିତ ଉପସ୍ଥାପନ କରନ୍ତୁ। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ମ୍ୟୁନସିପାଲଟି ଏନ.ଏସି କର୍ପୋରେସନ ଗୁଡିକର କାର୍ଯ୍ୟସରିଲା ଏଠାରେ ସରକାରଙ୍କ ବିଭିନ୍ନ ସରକାରୀ ଅଫିସର ଏହାର ଦାୟିତ୍ୱରେ ରହିବେ। ତେବେ ଗଲା ପାଞ୍ଚବର୍ଷ ମଧ୍ୟରେ ବିଭିନ୍ନ ମ୍ୟୁନସିପାଲଟି୍ ଏନ.ଏସି ଓ କର୍ପୋରେସନ ଗୁଡିକର ବିଗତ ଦିନର କାର୍ଯ୍ୟକଳାପ ଓ ବର୍ତ୍ତମାନର କାର୍ଯ୍ୟକଳାପ ଉପରେ ଲୋକ ଆସନ୍ତା ନିର୍ବାଚନରେ ଭୋଟ ଦେବେ ଗଲା କିଛିଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ଏଗୁଡିକର କାର୍ଯ୍ୟକଳାପ ଓ ସେଠାକାର ବାସିନ୍ଦାଙ୍କ ମତାମତକୁ ପରଖିଲେ ତାର ଅବସ୍ଥା ସଂପର୍କରେ ସରକାର ନିଶ୍ଚେ ଅବଗତ ହେଉଥିବେ ସରକାରୀ ବିଭାଗୀୟ ଅଫିସର ଲୋକପ୍ରତିନିଧିମାନେ ଥାଇ ଏ ଅନୁଷ୍ଠାନ ଗୁଡିକରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଲୋକେ ସୁବିଧା ପାଉଛନ୍ତି ତ ! ଉଚିତ ସମୟରେ ଅର୍ଥାତ ନିର୍ବାଚନରେ ସରକାର ଏହାର ଫଳାଫଳ ଜାଣିପାରିବେ। ପୃଷ୍ଠାପୃଷ୍ଠା ରଙ୍ଗିନ ବିଜ୍ଞାପନ ଦେଇ ଗଣମାଧ୍ୟମକୁ ଯେତେ ପ୍ରଲୋଭନ କଲେ ମଧ୍ୟ ଏହା ଜନସାଧାରଣ ତଥା ଭୋଟର ଭାଇଭଉଣୀଙ୍କୁ ପ୍ରଲୋଭିତ କରିପାରିବ ନାହିଁ କି କରିପାରୁ ନାହିଁ ବୋଲି ସାଧାରଣରେ ଆଲୋଚନା।ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଓ ରାଜ୍ୟରେ ଏକ ସ୍ଥିର ସଂଖ୍ୟା ଗରିଷ୍ଠ ଶାସନ ଥାଇ ଉପାନ୍ତ ଅଞ୍ଚଳରେ ପାହାଡିଆ ବଣଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲାରେ ଗ୍ରାମାଞ୍ଚଳରୁ ସଦର ମହକୁମାକୁ ରାସ୍ତାଟିଏ ନାହିଁ ଫଳରେ ପ୍ରସୂତିଟିଏ ଭାରରେ ଦୋଳିରେ ଖଟିଆରେ ବୁହା ହୋଇ ହାସପାତାଳ ଯିବା ବାଟରେ ପ୍ରାଣ ହରାଉଛି। ଆଦିବାସୀ ଦୁର୍ଗମ ଅଞ୍ଚଳରେ ନାଳଟିଏ ଉପରେ ପୋଲଟିଏ ନଥିବାରୁ ପିଲାମାନେ ପାଠପଢିବାକୁ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି ଏ ସବୁ ଘଟଣାର ବୀବରଣୀ ସ୍ଥାନ ସମୟ ଅଧିବାସୀଙ୍କୁ ସବିଶେଷ ବିବରଣୀ ଫଟୋଚିତ୍ର ଜରିଆରେ ଟିଭିରେ ବୈଦୁତିକ ଗଣମାଧ୍ୟମ ବା ସମ୍ବାଦ ପତ୍ରରେ ପ୍ରକାଶ ପାଉଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ସଂପୃକ୍ତ ଅଞ୍ଚଳର ଅଧିକାରୀଙ୍କ ପାଖକୁ ଗଲେ ଉତ୍ତର ମିଳୁଛି ବର୍ତ୍ତମାନ ଆପଣଙ୍କଠୁ ଜାଣିବାକୁ ପାଇଲି ଅଳ୍ପଦିନ ମଧ୍ୟରେ ସୁବ୍ୟବସ୍ଥା ହୋଇଯିବ ଏ ହେଲା ରାଜ୍ୟର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପ, ଏହାକୁ ଦେଖିବାକୁ ଓ ଅବସ୍ଥାର ସମୀକ୍ଷା କରି ପ୍ରତିକାର କରିବା ପାଇଁ କେହି ନାହାନ୍ତି। ବର୍ତ୍ତମାନ କେତକ ସହରାଞ୍ଚଳରେ ଲୋକଙ୍କ ମଧ୍ୟରେ ଆଲୋଚନା ଯେ କାହିଁକି ଭୋଟ ଦେଇ ଲୋକପ୍ରତିନିଧି ବାଛିବା !

ନିକଟରେ ବିଭିନ୍ନ ରାଜ୍ୟରେ ଚାଷି ଓ କୃଷି, କୃଷକମାନଙ୍କୁ ଅଣଦେଖା ଓ ହତାଦାର କରାଯାଇଥିବା ଦୃଷ୍ଟିରୁ ତିନିଗୋଟି ରାଜ୍ୟରେ ଭୋଟ ଗଣିତ ଓଲଟ ପାଲଟ ହୋଇଗଲା ସେହି ଦୃଷ୍ଟିରୁ ଏବେ ସବୁଆଡେ ଚାଷୀ ଓ କୃଷକମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦେବା ଆରମ୍ଭ ହୋଇଛି ଆମ ରାଜ୍ୟରେ ବହୁ ବିଳମ୍ବରେ ଚାଷୀକୂଳ ଜାଗ୍ରତ ହୋଇ ବିଭିନ୍ନ ସ୍ଥାନରେ ନବନିର୍ମାଣ କୃଷକ ସଂଗଠନ କରି ଆନ୍ଦୋଳନ ଆରମ୍ଭ କରିଛନ୍ତି, ପ୍ରଥମେ ଏ ଆନ୍ଦୋଳନକାରୀ ସେମାନଙ୍କ ଦାବି ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ବେଳେ ରାଜ୍ୟସରକାର ତାଙ୍କ ପୋଲିସ ଫୌଜକୁ ବ୍ୟବହାର କରି ବାଟରୁ ରାସ୍ତାରୁ ତାଙ୍କୁ ଉଠାଇନେଲା ବିଭିନ୍ନ ସ୍ଥାନରେ ବଳ ପ୍ରୟୋଗ ଓ କେତକ ସ୍ଥାନରେ ଗିରଫ ମଧ୍ୟ କଲା ଏବଂ ଚାଷୀ ସଂଗଠନର ମୁଖିଆମାନଙ୍କ ସହିତ ବସି ଏକ କମିଟି ଜରିଆରେ ସଂଗଠନର ଦାବି ଗୁଡିକ ଉପରେ ଆଲୋଚନା କରାଯିବ ବୋଲି ପ୍ରତିଶୃତି ମଧ୍ୟ ସରକାରଙ୍କ ତରଫରୁ ଦିଆଗଲା।ଗଲା ନିର୍ବାଚନରେ କେତକ ପଡୋଶୀ ରାଜ୍ୟରେ ସେଠାକାର ଶାସନରେ ଥିବା ସରକାର ଏହିପରି ଚାଷୀଙ୍କ ପ୍ରତି ହତାଦାର ଓ ଅଣଦେଖା କରିଥିବା ଯୋଗୁଁ ନିର୍ବାଚନରେ ହାରିଗଲା ବୋଲି ଜାଣିବା ପରେ ଏବଂ ସେଠାକାର ରାଜ୍ୟର ନୂତନ ସରକାର ଗାଦିରେ ବସିବାର ଅଳ୍ପ ସମୟ ପରେ ପ୍ରଥମେ ଚାଷୀଙ୍କ ସମସ୍ୟା ଉପରେ ହସ୍ତକ୍ଷେପ କରି ପ୍ରଥମେ ଚାଷୀଙ୍କ ଉପରେ ଥିବା ଋଣକୁ ଛାଡ ଓ ଅନ୍ୟାନ୍ୟ ଦାବିକୁ ପୁରଣ କରିବା ଦେଖି ଆମ ରାଜ୍ୟରେ ସରକାର ତତ୍ପରତା ଦେଖାଇ କାଳିଆ ନାମକ ଯୋଜନା ପ୍ରଚଳନ କରି ତୁରନ୍ତ ଚାଷୀ ଓ କୃଷି ଶ୍ରମିକଙ୍କୁ ଯୋଜନାର କାର୍ଯ୍ୟକାରୀତା ଦେଖାଇବା ପାଇଁ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତିରେ ପାଞ୍ଚହଜାର ଟଙ୍କା ଦେଇଦେଲେ ତେବେ ଏଥିରେ ଦଳୀୟ କର୍ମୀ ଓ ନେତାଙ୍କୁ ଏହା ଦିଆଗଲା ବୋଲି ଅଭିଯୋଗ ପରେ ଏହାର ସଂଶୋଧନ କରାଯାଇ ପଠାଗଲା। ରାଜ୍ୟର କାଳିଆ ଯୋଜନାକୁ ଦେଖି କେନ୍ଦ୍ରରେ କେନ୍ଦ୍ର ସରକାର ମଧ୍ୟ ଆଉ ଏକ ପ୍ରକାର ଯୋଜନା କାର୍ଯ୍ୟକାରୀ କଲେ ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ଆମ ରାଜ୍ୟର ନବନିର୍ମାଣ କୃଷକ ସଂଗଠନ ସନ୍ତୁଷ୍ଟ ନ ହୋଇ ସେମାନେ ପୁଣି ସେଇ ପ୍ରାଇସ ପ୍ରେଷ୍ଟିଜ ପେନସନକୁ ନେଇ ରାଜରାସ୍ତାକୁ ଓହ୍ଲାଇ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଚାଷୀ ସମାବେଶ କରାଇ ତାଙ୍କ ଦାବି ସରକାରଙ୍କୁ ଜଣାଇବା ପାଇଁ ଚାଷୀମାନଙ୍କୁ ଡାକରା ଦେଲେ ଡାକରା ପାଇ ଚାଷୀ ଭାଇଭଉଣୀମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ଆସିବାକୁ ଲାଗିଲେ ଏଥରକ ମଧ୍ୟ ରାଜ୍ୟ ସରକାର ପୂର୍ବଥର ପରି ବାଟରୁ ଧରିନେଇ ଗିରଫ କରି ଭୁବନେଶ୍ୱର ଆସିବାକୁ ଦେଲେ ନାହିଁ ଭୁବନେଶ୍ୱରରେ ମଧ୍ୟ ଯେତିକି ଚାଷୀ ସଭା ସ୍ଥଳରେ ପହଞ୍ଚିଥିଲେ ତାଙ୍କୁ ମଧ୍ୟ ଘଟଣାସ୍ଥଳରୁ ଉଠାଇ ନେଲେ ଏଠାରେ ପ୍ରଶ୍ନ ଉଠୁଛି ସରକାର ଚାଷୀଙ୍କ ପାଇଁ ଯେଉଁ କାଳିଆ ଯୋଜନା ପ୍ରଚଳନ କରିଛନ୍ତି ତାହା ଦ୍ୱାରା ଚାଷୀକୂଳ କେତେ ଉପକୃତ ହୋଇଛନ୍ତି ଓ କେତେ ସଂଖ୍ୟାରେ କୃଷକ ପରିବାରର କାଳିଆ ଯୋଜନାର ପ୍ରଥମ କିସ୍ତି ପାଞ୍ଚହଜାର ଟଙ୍କା ପାଇଛନ୍ତି ତାହା ସେହି ଚାଷୀ ମାନଙ୍କ ଠାରୁ ଜାଣିବାକୁ ପାଇଥାନ୍ତେ ବା ସେମାନଙ୍କ ଦାବିରୁ ଆଉ କେତକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥାନ୍ତେ କିନ୍ତୁ ହଠାତ ଏପରି ଏ ଚାଷୀମାନଙ୍କୁ ବଳପ୍ରୟୋଗ କରି ଉଠାଇ ନେବାର ରହସ୍ୟ କିଛି ବୁଝାପଡୁ ନାହିଁ ପୁଣି ସେଇ ଚାଷୀମାନେ ଧାନ ବିକ୍ରି ପାଇଁ ଅଧିକାଂଶ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନାହିଁ ଏବଂ କେତକ ସ୍ଥାନରେ ମଣ୍ଡି ଖୋଲିଥିଲେ ମଧ୍ୟ ସେଠାରୁ ମିଲର ମଣ୍ଡିରୁ ଧାନ ଉଠାଇ ନାହିଁ ତାର ପ୍ରମାଣ ମାନ ସାଥିରେ ଧରି ଆସି ସଭାରେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥାନ୍ତେ ବୋଲି ଶୁଣାଯାଉଥିଲା ଏପରି ଦୁଇ ଦୁଇ ଥର ସରକାର ବଳପ୍ରୟୋଗ କରି ଚାଷୀଙ୍କୁ ଉଠାଇନେବା ଓ ତାଙ୍କ ଦାବି ନ ଶୁଣିବା ଏହା କେତେଦୂର ଯଥାର୍ଥ ବୋଲି ବର୍ତ୍ତମାନ ଏହା ଖାଲି ଚାଷୀକୂଳ କାହିଁକି ଜନସାଧାରଣଙ୍କ ମଧ୍ୟରେ ଆଲୋଚନା, ଯଦି ଚାଷୀମାନଙ୍କ କଥା ସତ ହୁଏ ଆମର ଯଦି ଭୁବନେଶ୍ୱର ଯାଇ ଆମ ଦାବି ଓ ସମସ୍ୟା ଜଣାଇବାର ଅଧିକାର ନାହିଁ ତେବେ ଶାସକ ଦଳ ନେତାଙ୍କର ଆମ ପାଖକୁ ଆସି ଭୋଟ ମାଗିବା ପାଇଁ ମଧ୍ୟ ତାଙ୍କର ଅଧିକାର ନାହିଁ ଏହି ନୀତି ଯଦି ଚାଲେ ତେବେ ଭୋଟ ବେଳକୁ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ଓ ବିରୋଧୀ ଗୋଷ୍ଠୀ ଭୋଟ ପ୍ରଚାରର ଅଧିକ ସୁଯୋଗ ପାଇବେ।

ନିକଟରେ କଂଗ୍ରେସ ଦଳରେ ପ୍ରିୟଙ୍କା ଭଦ୍ରା ଗାନ୍ଧି ରାଜନୀତିରେ ପ୍ରତ୍ୟେକ୍ଷ ଭାବେ ଯୋଗଦେବା ପରେ ଉତ୍ତରପ୍ରଦେଶ ଲକ୍ଷ୍ନେୌଠାରେ ଏକ ବିଶାଳ ଶୋଭାଯାତ୍ରାର ଘଟଣା ଆମ ରାଜ୍ୟର କୋଣେ ଆଲୋଚନା କେତକ ସ୍ଥାନରେ ଗାଁ ଗହଳରେ ପ୍ରିୟଙ୍କା ବାହିନୀ ଗଠନ ପାଇଁ ଉଦ୍ୟମ ଓ ତାଙ୍କୁ ନିର୍ବାଚନ ପୂର୍ବରୁ ଓଡିଶା ଆଣିବା ପାଇଁ ସିଧାସଳଖ ରାହୁଲ ଗାନ୍ଧିଙ୍କୁ ଚିଠି ଦେବା ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ଚଳିତ ନିର୍ବାଚନରେ ପୂର୍ଣ୍ଣମାତ୍ରାରେ ସମର୍ଥନ କରିବା ଘଟଣା ବିଭିନ୍ନ ଦଳର ଚିନ୍ତାର କାରଣ ହୋଇଛି ଲୋକଙ୍କ ମଧ୍ୟରେ ଆଲୋଚନା ଯେ ବିଜେଡି ବିଜେପି ଯେତେ ପ୍ରକାରର ଯୋଜନା କରି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଥରେ ଯଦି ପ୍ରିୟଙ୍କା ଓଡିଶା ଆସି ବୁଲିଯିବେ ତେବେ ଏଠିକାର ସବୁଦଳର ଭୋଟ ଗଣିତ ଓଲଟ ପାଲଟ ହୋଇଯିବ। ଏମିତି ଅଜିଠୁ ଭୋଟର ଙ୍କ ମଧ୍ୟରେ ଭୋଟ କାହାକୁ ଦେବା ତାକୁ ନେଇ ଆଲୋଚନା। ବେଳକୁବେଳ ଭୋଟରଙ୍କ ଅଲୋଚନା କେଊଁ ଅଡକୁ ଗତି କରୁଛି ତା ଦେଖିବାକୁ ବାକି ରହିଲା।
ବରିଷ୍ଠ ସାମ୍ବାଦିକ, କଟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.