Home ଜିଲ୍ଲା ପରିକ୍ରମା ଭୋଜି କରି ତଣ୍ଡ ଗଣିଲେ ୨୫ହଜାର ଟଙ୍କା

ଭୋଜି କରି ତଣ୍ଡ ଗଣିଲେ ୨୫ହଜାର ଟଙ୍କା

164

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଅ ବାହାଘରରେ ଭୋଜି କରି ବାପ ଗଣିଲେ ତଣ୍ଡ । ଆଜି ଦିନ ୨ଟା ସମୟରେ ଏପରି ଏକ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି ଚାନ୍ଦବାଲି ଥାନା ଅଧିନସ୍ଥ ମତୋ ମାଳବାଡ ମହାନ୍ତି ସାହିର । ବରପକ୍ଷ ତରଫରୁ କୋଭିଡ କଟକଣାକୁ ଫୁ କରି ଶତାଧିକ ଲୋକଙ୍କୁ ନେଇ ଚାଲିଥିଲା ବିବାହ ଭୋଜିର ଆସର । ବର୍ତ୍ତମାନ ମହାମାରୀ କରୋନା ୨ୟ ଲହରରେ ଭୟଙ୍କର ରୂପ ଧାରଣ କରିଥିବାରୁ ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏପରିକି ବିବାହ ଭୋଜିରେ ମାତ୍ର ୫୦ଜଣ ଲୋକ ସାମିଲ ହେବାର ନିୟମ ରହିଛି । ହେଲେ ସରକାରଙ୍କର ସମସ୍ତ ନିୟମକୁ ଫୁ କରି ମତୋ ମହାନ୍ତି ସାହିର ଦୁର୍ଯ୍ୟୋଧନ ପାଣିଗ୍ରାହୀଙ୍କ ଘରେ ଶହ ଶହ ଲୋକଙ୍କୁ ନେଇ ଚାଲିଥିଲା ବାହାଘର ଭୋଜି । ଖବର ପାଇ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ଓ ଚାନ୍ଦବାଲି ଥାନାଧିକାରୀଣି ପ୍ରଜ୍ଞା ମହାନ୍ତି ଘଟଣା ସ୍ଥଳରେ ପହଁଚି ଭୋଜିକୁ ଅଧାରୁ ବନ୍ଦ କରିବା ସହ ଦୁର୍ଯ୍ୟୋଧନଙ୍କ ଠାରୁ ୨୫ ହଜାର ଜୋରିମାନା ଆଦାୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.