Home ଜିଲ୍ଲା ପରିକ୍ରମା ଭୈମୀ ଏକାଦଶୀରେ ଦେବରକୁଣ୍ଡରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ବୁଡ,ପ୍ରାଚୀନ ଐତିହ୍ୟ ପୀଠ ପ୍ରତି ସରକାରୀ ଉଦାସୀନତା

ଭୈମୀ ଏକାଦଶୀରେ ଦେବରକୁଣ୍ଡରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ବୁଡ,ପ୍ରାଚୀନ ଐତିହ୍ୟ ପୀଠ ପ୍ରତି ସରକାରୀ ଉଦାସୀନତା

3

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଭୈମୀ ଏକାଦଶୀରୁ ସବୁବର୍ଷ ଭଳି ଚଳିତବର୍ଷ ଭଦ୍ରକ ସହରଠାରୁ ୧୦କିମି ଦୂର ଦଇସିଂ ଓ କାଉପୁର ଦୁଇଟି ପଂଚାୟତର ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀ କୂଳରେ ଥିବା ଦେବରକୁଣ୍ଡ / ସୀତାକୁଣ୍ଡରେ ଆଜି ଗୁରୁବାର ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ତ୍ରେତୟା ଓ ଦ୍ୱାପର ଯୁଗର ପ୍ରାଚୀନ ଐତିହ୍ୟ ପରମ୍ପରାକୁ ନେଇ ଏହି ପବିତ୍ର ସୀତାକୁଣ୍ଡରେ ସ୍ନାନ କଲେ ମୋକ୍ଷ ମିଳିଥାଏ ବୋଲି ଲୋକଙ୍କ ମନରେ ଅତୁଟ ବିଶ୍ୱାସ ରହିଛି। ପରମ୍ପରା କ୍ରମେ ଏହି ବିଶ୍ୱାସକୁ ଭିତି କରି ଏହି ପବିତ୍ର ଭୈମୀ ଏକାଦଶୀରେ ଜିଲା ତଥା ଜିଲା ବାହାରୁ ସହସ୍ରାଧିକ ମାନସିକଧାରୀ ଆବାଳ ବୃଦ୍ଧ ବନିତା ଏହି ସୀତାକୁଣ୍ଡରେ ଆଜି ଭୋର ୫ଟା ଠାରୁ ଦିନ ୧୧ ଟା ପର୍ଯ୍ୟନ୍ତ ବୁଡ ପକାଇଛନ୍ତି। ଏହି କୁଣ୍ଡରେ ବିବାହ ସମୟରେ ବ୍ୟବହୃତ ଜିନିଷ ଭସାଇଦେଲେ ବୈବାହିକ ଜୀବନ ସୁଖମୟ ହୁଏ, ଏଠାରେ ସ୍ନାନ କଲେ ରୋଗ, ଶୋକ ଦୂର ହେବା ସହ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବୁଡ ପକାଇସାରି ମାନସିକଧାରୀ ପିଲା ଠାରୁ ବୁଢାବୁଢି ମହିଳାମାନେ ନଦୀକୂଳରେ ଥିବା ବିରଂଚି ନାରାୟଣ ମନ୍ଦିର, ଶିବ ମନ୍ଦିର ଓ କିଛି ବର୍ଷ ତଳେ ନିର୍ମାଣ କରାଯାଇଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଶ୍ରୀରାମଙ୍କ ଆଶିଷ ଲାଭ କରିଥାନ୍ତି। ୭ ଦିନ ଧରି ଏହି ମେଳାର ଆୟୋଜନ ହୋଇଥାଏ। କାଉପୁର ପଂଚାୟତର ସାଳନ୍ଦୀ ନଦୀପଠାରେ ୭ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ମୁଖ୍ୟ ଆକର୍ଷଣ ହେଉଛି ଜିଲା ତଥା ଜିଲା ବାହାର ବହୁ ବ୍ୟବସାୟୀଙ୍କ ବିପ୍ପଣୀ। ଘରକରଣା ଜିନିଷ ଠାରୁ ଆରମ୍ଭ କରି ପିଲାଙ୍କ ଖେଳନା, ଜଳଖିଆ, ଚାଟ୍ ବିଶେଷକରି ଚଣା ଦୋକାନ ଏହି ମେଳାରେ ଶ୍ରଦ୍ଧାଳୁମାନେ ମଜ୍ଜା ନେଇଥାନ୍ତି। ରାମମନ୍ଦିର କମିଟିର ସଭାପତି ହରିହର ଦୀକ୍ଷିତ ଏହି ମେଳା ସଂପର୍କରେ କୁହନ୍ତି ରାମାୟଣ ମହାଭାରତ କଥାବସ୍ତୁ ସହ ଏହି ମେଳାର ପରମ୍ପରା ଜଡିତ। ପରମପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ବନବାସ ଯାତ୍ରା ସମୟରେ ସେ ଏହି ସ୍ଥାନରେ ରହିଥିଲେ। ସେହି ସମୟରେ ପିତା ଦଶରଥଙ୍କ ଶ୍ରାଦ୍ଧ ଦିବସ ପଡିଥିଲା। ଶ୍ରାଦ୍ଧ ଦିବସ ପାଳନ ପାଇଁ ପିତାଙ୍କ ସ୍ନାନ ପାଇଁ ଦିଅର ଲକ୍ଷ୍ମଣ ଏହି ଭୂମିରେ ଶରବିଧ୍ୟ କରି ଏହି କୁଣ୍ଡ ସୃଷ୍ଟି କରିଥିଲେ । ଦେବୀ ସୀତା କୁଣ୍ଡରେ ସ୍ନାନ କରି ଶ୍ରାଦ୍ଧ ଦେଇଥିଲେ। ଏଥିପାଇଁ ଏହି କୁଣ୍ଡକୁ କେହି କେହି ସୀତାକୁଣ୍ଡ କହୁଥିବାବେଳେ ଦେବର ଲକ୍ଷ୍ମଣଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦେବରକୁଣ୍ଡ ବା ଦିଅରକୁଣ୍ଡ କହିଥାନ୍ତି। ଆଉ କେତେକଙ୍କ ମତରେ ରାମଚନ୍ଦ୍ରଙ୍କ ବନବାସ ଯାତ୍ରା ସମୟରେ ମା’ ସୀତାଙ୍କୁ ଶୋଷ ଲାଗିବାରୁ ଲକ୍ଷ୍ମଣ ତୀର ମାରି କୁଣ୍ଡ ସୃଷ୍ଟି କରି ସୀତା ନିଜର ଶୋଷ ମେଂଟାଇଥିଲେ। ସବୁ ଧର୍ମର ପୀଠସ୍ଥଳୀ ଏହି କାଉପୁର ଗ୍ରାମ। ଧର୍ମରାଜର କୀର୍ତି ଏହି ଗ୍ରାମକୁ ମହିମାନ୍ୱିତ କରିଛି। ଦ୍ୱାପର ଯୁଗର ପ୍ରଭୁ ଶ୍ରୀରାମଚନ୍ଦ୍ର ଏଠାରେ ବନବାସ କରି ପିତୃଶ୍ରାଦ୍ଧ ପାଳନ କରିଥିବାବେଳେ ତ୍ରେତୟା ଯୁଗର ପାଣ୍ଡବ ମାନେ ମଧ୍ୟ ଏଠାରେ ବନବାସ କରିଥିଲେ ବୋଲି ବରିଷ୍ଠ ଆଇନ୍‌ଜୀବୀ ରଶ୍ମିରଞ୍ଜନ ଦୀକ୍ଷିତ କୁହନ୍ତି। ଏହି ଅଂଚଳରେ ଥିବା ଭୀମଙ୍କ ଗଦା, ଭୀମ ଚୂଲି, ପାଦୁଆ ଗଡିଆ ଭଳି ଅବଶୋଷ ଗୁଡିକରୁ ପ୍ରତୀୟମାନ। କିମ୍ବଦନ୍ତୀ କହେ ଭୈମୀ ଏକାଦଶୀରେ ପାଣ୍ଡବଙ୍କ ବନବାସ ସମୟରେ ଭୀମ ଏକାଦଶୀ ବ୍ରତ ପାଳନ କରିଥିବାରୁ ଭୈମୀ ଏକାଦଶୀ ତିଥିରେ ଏହି ମେଳାର ଆୟୋଜନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.