ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) — ବିଶ୍ୱ ଗଣତନ୍ତ୍ରକୁ ବିପନ୍ନ କରି ଆନ୍ତର୍ଜାତିକ ଶାନ୍ତି ଆଇନକୁ ଭଙ୍ଗ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ସେନାବାହିନୀ ଯେପରି ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ଭେନିଜୁଏଲାର ନିର୍ବାଚିତ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ସ୍ତ୍ରୀ ଙ୍କୁ ଅପହରଣ କରି ଯୁକ୍ତରାଷ୍ଟ୍ର ଆମେରିକାରେ ନେଇ ବନ୍ଦୀ କରି ରଖିଛନ୍ତି ତାହାକୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଭେନଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ସ୍ତ୍ରୀ ଙ୍କୁ ନିସର୍ତରେ ଖଲାସ କରିବାକୁ ଦାବି କରାଯାଇଛି । ଭଦ୍ରକ ବନ୍ତ ଛକ ଠାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ନେତା ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଗିରିଧାରୀ ନାଥ, କାଳନ୍ଦୀ ପାତ୍ର, ବରିଷ୍ଠ ନେତା ନିରଞ୍ଜନ ପାଣି, ପ୍ରଫେସର ପ୍ରହଲ୍ଲାଦ ପତି, ବୀମା କର୍ମଚାରୀ ନେତା ନବକିଶୋର ବେହେରା, ଯୁବନେତା ସେକ୍ ସନାଉଲ୍ଲା, ଯୁବନେତା ପ୍ରତାପ ସେଠୀ, ଯୁବନେତା ସେକ୍ ରୋସନ, ଯୁବନେତା ସେକ୍ ଅଫଜଲ, ଯୁବନେତା ବିପ୍ଳବ ଯେନା,ଯୁବ ଆଇନଜୀବୀ ବିନୋଦ ସାହୁ, ଶ୍ରମିକ ନେତା ସେକ୍ ସିକ୍ରୁ ପ୍ରମୁଖ ଯୋଗଦେଇ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ରାଜ୍ୟବାଦ ବିରୁଦ୍ଧରେ ଭଦ୍ରକ ବାସୀ ଏକହେବାକୁ ଆହ୍ୱାନ ଜଣାଇଥିଲେ । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଇତିହାସର ସୁରକ୍ଷା ପାଇଁ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଷ୍ଟ୍ର ଆମେରିକାର ଏହି ଅମାନବୀୟ ଗିରଫ କୁ ନିନ୍ଦା କରିବା ସହ ଭେନିଜୁଏଲା ରାଷ୍ଟ୍ରପତି ଓ ତାଙ୍କ ସ୍ତ୍ରୀ ଙ୍କୁ ଖଲାସ କରିବାକୁ ଡୋନାଲ୍ଡ ଟ୍ରମ୍ପ ଙ୍କୁ ନିବେଦନ କରିବାକୁ ସିପିଆଇ(ଏମ) ଜିଲ୍ଲା କମିଟି ପକ୍ଷରୁ ଏହି ପଥପ୍ରାନ୍ତ ସଭା ମାଧ୍ୟମରେ ନିବେଦନ କରାଯାଇଛି ।
Home ଜିଲ୍ଲା ପରିକ୍ରମା ଭେନିଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋ ଓ ତାଙ୍କ ସ୍ତ୍ରୀ ଙ୍କୁ ନିସର୍ତରେ ଖଲାସ କରିବା ଦାବିନେଇ...








