ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୨୪ମସିହା ଅଗଷ୍ଟ ମାସ ୫ତାରିଖ ଭଦ୍ରକ ସହରରେ ବ୍ୟବସାୟୀମାନଙ୍କ ଦୋକାନକୁ ଡୋଜର ଲଗାଇ ଧୂଳିସାତ କରିଦେଲା ପରେ ସେମାନଙ୍କୁ ଅଦ୍ୟାବଧି ଭେଣ୍ଡିଂ ଜୋନ ମାଧ୍ୟମରେ ଥଇଥାନ କରିବା ପାଇଁ ସରକାର୍ ଓ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ସେମାନେ ଜୀବନ ଜୀବିକା ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାସ୍ତା ପାଶ୍ୱର୍ ଦୋକାନୀ ମାନେ ବସୁଥିବା ସ୍ଥାନ ଉଚ୍ଛେଦ ଅଭିଯାନ ଆଜିବି ଚାଲୁ ରହିଛି। ତାର ପ୍ରତିବାଦ କରି ଆଜି ଶତାଧିକ ଦୋକାନୀ ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି। ପୁରୁଣା ବସ ଷ୍ଟାଣ୍ଡ, ଜେଲ ପରିସର, ପୁରୁଣା କୋର୍ଟ ପରିସର ଓ ସବ୍ କଲେକ୍ଟର ଙ୍କ ବାସସ୍ଥଳୀ ଓ ଶନିମନ୍ଦିର ଆଦି ସରକାରୀ ଜମିରେ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରି ସେମାନଙ୍କୁ ଥଇଥାନ କରିବା ପାଇଁ ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ନେତୃତ୍ୱରେ ଏହି ଦାବୀପତ୍ର ଦିଆଯାଇଛି। ଏବଂ ଦାବିପୂରଣ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରମିକ ନେତା ଶ୍ରୀ ନାୟକଙ୍କ ସମେତ ସେକ୍ ସର୍ଫ୍ରାଜ୍, ବସିର୍ ଖାଁ, ମମତା ଜ ଖାଁ, ଅଜୟ ସାହୁ, ପ୍ରଭାକର ରାଉତ, ଅକ୍ଷୟ ସାହୁ, ବାବୁ ଖାଁ, ଅଜୟ ସିଂହ, ଅଣସର ଅଲ୍ଲୀ, ସେକ୍ ସତରୁଦ୍ଦିନ, ସେକ୍ କମର, କାଲୁ ଖାଁ, ମହେଶ୍ୱର ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା ପ୍ରମୁଖ ଶତାଧିକ ଦୋକାନୀ ମାନେ ଚେତାବନୀ ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରି ଥଇଥାନ ଦାବିରେ ବ୍ୟବସାୟୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର








