Home Coronavirus Outbreak ଭେଂଟିଲେଟର କିଣିବାକୁ ଏସଜେଭିଏନ ଦେବ ଏକ କୋଟି ଟଙ୍କା

ଭେଂଟିଲେଟର କିଣିବାକୁ ଏସଜେଭିଏନ ଦେବ ଏକ କୋଟି ଟଙ୍କା

679

ନୂଆ ଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) କେନ୍ଦ୍ର ଉର୍ଜା ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ମିନିରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଏସଜେଭିଏନ ଲିଃ କରୋନା ସଂକ୍ରମଣର ମୁକାବିଲା ପାଇଁ ଏକ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ନୀତିଗତ ଭାବେ ନିଷ୍ପତି ନେଇଛି। ଉଦ୍ୟୋଗର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନନ୍ଦଲାଲ ଶର୍ମା କହିଛନ୍ତି ଯେ ଏହି ଅର୍ଥରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେଉଥିବା ଭେଂଟିଲେଟର କିଣାଯିବ। ଏହି ଭେଂଟିଲେଟର ଗୁଡ଼ିକ ମଧ୍ୟରୁ ୬ଟି ଶିମଳାସ୍ଥିତ ଇନ୍ଦିରା ଗାନ୍ଧୀ ମେଡ଼ିକାଲ କଲେଜ ହସ୍ପିଟାଲ ଓ ୫ଟି ଟଣ୍ଡାସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମେଡ଼ିକାଲ କଲେଜରେ ବ୍ୟବହୃତ ହେବ।ଏହାଛଡ଼ା ଅବଶିଷ୍ଟ ଭେଂଟିଲେଟରକୁ ଖବେରିର ରାମପୁର ହସ୍ପିଟାଲକୁ ଦିଆଯିବ।

ଶ୍ରୀ ଶର୍ମା କହିଛନ୍ତି ଯେ ତାଙ୍କ ସଂସ୍ଥା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି। ମାସ୍କ, ସାନିଟାଇଜର ଓ ଗ୍ଲୋଭ ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ କିଣିବାକୁ ଏସଜେଭିଏନ ଲିଃ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.