Home ଜିଲ୍ଲା ପରିକ୍ରମା ଭୂମିହୀନ ପରିବାରଙ୍କ ବାଡ଼ ଭାଙ୍ଗିଲେ ଓ ଗଛ କାଟିଲେ ଲୋକେ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ...

ଭୂମିହୀନ ପରିବାରଙ୍କ ବାଡ଼ ଭାଙ୍ଗିଲେ ଓ ଗଛ କାଟିଲେ ଲୋକେ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ କ୍ଷତିଗ୍ରସ୍ତ ପରିବାର

20

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ପୀରହାଟ ଥାନା ବାରସର ପଞ୍ଚାୟତ ଅଧୀନ ନୂଆବନ୍ଧ ଗ୍ରାମରେ କେତେକ ଭୂମିହୀନ ପରିବାର ସରକାରୀ ଜାଗାରେ ବସବାସ କରି ରହୁଛନ୍ତି । ମାତ୍ର ନିକଟସ୍ଥ ତଳଦପା ଗ୍ରାମର କେତେକ ଲୋକ ଭୂମିହୀନ ପରିବାର ରହୁଥିବା ସ୍ଥାନର ସେମାନଙ୍କ ବାଡ଼ ଭାଙ୍ଗିବା ସହିତ ଗଛ କାଟି ପକାଛନ୍ତି । ଏ ନେଇ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇଁ ପୀରହାଟ ଥାନାରେ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ, ନୂଆବନ୍ଧ ଗ୍ରାମର ନରହରି ଦାସ, ରିଲି ଦାସ, ମମତା ଦାସ, କୁନି ଦାସ, ଦୀପୁ ଦାସ, ଚଞ୍ଚଳା ଦାସ, ବଳରାମ ଦାସ, ସୁଲେଖା ଦାସ, ଅହଲ୍ୟା ଦାସ, ଜାନକୀ ଦାସ, ସନ୍ଧ୍ୟାରାଣୀ ଦାସ, ଧୃବ ଦାସଙ୍କ ସମେତ ଅନ୍ୟ କେତେକ ପରିବାର ଦୀର୍ଘ ୩୦ବର୍ଷ ଧରି ସରକାରୀ ଜମିରେ ଘର ଓ ବାଡ଼ି କରି ବସବାସ କରିଆସୁଛନ୍ତି । ତେବେ କିଛି ଦିନ ପୂର୍ବେ ତଳଦପା ଗ୍ରାମର କିଛି ଲୋକ ମନ୍ଦିର ନିର୍ମାଣ ପାଇଁ ସରକାରୀ ଜମିରେ ଘର କରି ରହୁଥିବା ପରିବାର ଲୋକଙ୍କୁ ଚାନ୍ଦା ମାଗିଥିଲେ । ସେମାନେ ଚାନ୍ଦା ଦେଇଥିଲେ ମଧ୍ୟ ତଳଦପା ଗ୍ରାମ ଲୋକେ ଅଧିକ ଚାନ୍ଦା ମାଗିବାରୁ ସେମାନେ ଅରାଜି ହୋଇଥିଲେ । ଓ ଏହି କଥା ଗ୍ରାମରେ ବୈଠକରେ ଆଲୋଚନା ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ବୈଠକରେ ଆଲୋଚନା ପୂର୍ବରୁ ଶୁକ୍ରବାର ତଳଦପା ଗ୍ରାମର ଶତାଧିକ ଲୋକ ସଂଘବଦ୍ଧ ହୋଇ ସେହି ଭୁମିହୀନ ପରିବାର ଲୋକଙ୍କ ଚାଳ ଭାଙ୍ଗିବା ସହ ବାଡ ଉପାଡି ଦେଇଥିଲେ । ଏପରିକି ସେମାନେ ବାଡ଼ିରେ ଥିବା ବିଭିନ୍ନ ଗଛ କାଟିଦେବା ସହ ପନିପରିବା ଫସଲ ନଷ୍ଟ କରିଥିଲେ । ଏହାର ପ୍ରତିବାଦ କରିବାରୁ ସେମାନେ ଭିଭିନ୍ନ ପ୍ରକାର ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.