Home ଜିଲ୍ଲା ପରିକ୍ରମା ଭୂମିକନ୍ୟା ମହିଳା ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ

ଭୂମିକନ୍ୟା ମହିଳା ସଂଗଠନର ଦ୍ୱିତୀୟ ବାର୍ଷିକ ଉତ୍ସବ

9

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୂମିକନ୍ୟା ମହିଳା ସଂଗଠନ ର ଦ୍ୱିତୀୟ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ହଲ ସଂଗଠନ ର ମାର୍ଗ ଦର୍ଶକ ସାମ୍ବାଦିକ ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲପାଳ ଦିଲୀପ ରାଉତରାଏ, ବିଶିଷ୍ଟ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ବରେଣ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ୍ୱରେଣ୍ୟ ଅତିଥି ଉପଦେଷ୍ଟା ଇଂ ଅଭୟ ସୁତାର , ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ ନିହାର ରଞ୍ଜନ କର, ଡା ସଂଗୀତା ବଳ ପ୍ରମୁଖ ଯୋଗଦେଇ ଭୂମି କନ୍ୟା ମହିଳା ସଂଗଠନ ସବୁବେଳେ ଜନହିତ କାର୍ଯ୍ୟ କରିବା ସହିତ ଦୁଃଖୀ, ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛି ବୋଲି ଅତିଥି ମାନେ କହିଥିଲେ । ପ୍ରତ୍ୟେକ ତ୍ରୟ ମାସିକ ରେ ସାହିତ୍ୟ ସଭା କରିବା ସହିତ ବୃକ୍ଷ ରୋପଣ, ଅନାଥା ଆଶ୍ରମ ରେ ସେବା ଯୋଗାଇଦେବା ଭଳି ମହତ ସେବା କାର୍ଯ୍ୟ କରୁଥିବା ରୁ ସାଧାରଣ ରେ ସମସ୍ତ ଙ୍କର ପ୍ରିୟ ଭାଜନ ହୋଇପାରିଛି ବୋଲି ମତପ୍ରକାଶ ପାଇଥିଲା । ସଂଗଠନ ର ସଭାପତି ସଂଯୁକ୍ତା ବଳ ନାୟକ ଅତିଥି ପରିଚୟ ସହିତ ପ୍ରାରମ୍ବିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦିକା ଦମୟନ୍ତୀ ରାଉତ ସମ୍ପାଦକୀୟ ବିବରଣୀ ପାଠ, ଉପସଭାପତି ଶଶିକଳା ମିଶ୍ର ପ୍ରାରମ୍ବିକ ସଙ୍ଗୀତ, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢ଼ୀ,ଶାନ୍ତିଲତା ବାରିକ, ଶିକ୍ଷୟତ୍ରୀ ମନୋରମା ରାୟ,ଗୀତାଞ୍ଜଳି ଅଗସ୍ତି,ବିଶ୍ୱ ବିଜୟିନୀ,ସୁଶ୍ରୀ ସଂଗୀତା ସାହୁ, ମାନସୀ ସୁତାର, ମିନତୀ ବାରିକ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଉପଦେଷ୍ଟା ସଂଯୁକ୍ତା ଯାଦବ ମଂଚ ଆମନ୍ତ୍ରଣ ଓ ଉପସଭାପତି ମମତା ବଳ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡିଶା ତେଜସ୍ୱିନୀ ମହିଳା ସଂଗଠନ, ଜଗା ଚାକର ସଂଘ, ଜୟ ସନ୍ତୋଷୀ ମା ସ୍ୱୟଂ ସହାୟକ ଗୋଷ୍ଠୀ,ଭଦ୍ରକ ସ୍ୱୟଂ ସହାୟକ ଗୋଷ୍ଠୀ,ଡାକ୍ତର ଶୁଭନ୍ତିକା ଅଙ୍କିତା, ଶିକ୍ଷୟତ୍ରୀ ଝରଣା ପୁହାଣ, ଆଇନଜୀବୀ ସସ୍ମିତା ସାହୁ,ସ୍ୱାସ୍ଥ୍ୟ ସେବିକା ନିରୁପମା ଦାଶ, ସଫେଇ କାର୍ଯ୍ୟ ରେ ନିରୁପମା ନାୟକ, ଚିତ୍ର ଶିଳ୍ପୀ ତପସ୍ୱିନୀ ନାୟକ ଙ୍କ ସମେତ ନୃତ୍ୟ ଅନୁଷ୍ଠାନ ଉତ୍ସବ କ୍ରିଏଟିଭ, ଦର୍ଶନ ଏକାଡେମୀ, ସାଇ ନୃତ୍ୟ ଏକାଡେମି ଓ ଶିଶୁ ନୃତ୍ୟ ଶିଳ୍ପୀଜାଗୃତି ଦାସ ମଲ୍ଲିକ, ଶିବାଙ୍ଗି ଭୋଇଁ,ବିଏସ ତେଜ ପ୍ରତାପ ମହାନ୍ତି ପ୍ରମୁଖ ପ୍ରତିଭା ଧାରୀ ଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ରାଉତ ରାଏ ସମ୍ବର୍ଦ୍ଧିତ କରିଥିଲେ । ନୃତ୍ୟ ବିଚାର ପତି ଭାବେ ଗୌରାଙ୍ଗ ବାରିକ, ବୈକୁଣ୍ଠ ଓଝା ଦାୟିତ୍ୱ ନିର୍ବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.