Home ଜିଲ୍ଲା ପରିକ୍ରମା ଭୁଲ ଇଞ୍ଜେକସନ ସହ ଡ଼ାକ୍ତରଙ୍କ ଅବହେଳା ପାଇଁ ଶିଶୁ ମୁତ୍ୟୁ ଅଭିଯୋଗ

ଭୁଲ ଇଞ୍ଜେକସନ ସହ ଡ଼ାକ୍ତରଙ୍କ ଅବହେଳା ପାଇଁ ଶିଶୁ ମୁତ୍ୟୁ ଅଭିଯୋଗ

26

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରାପ୍ତଖବର ଅନୁଯାୟୀ କାଣ୍ଡଗରଡ଼ି ପଂଚାୟତ ତେନ୍ତୁଲା ଗାଁରେ ଜଣେ ୮ ବର୍ଷର ଶିଶୁକୁ ଜ୍ୱର ହୋଇ ଥିବାରୁ ପରିବାର ଲୋକେ ପ୍ରଥମେ ଓରାସାହି ପ୍ରାଥମିକ ସ୍ୱ୍ୟାସ୍ଥକେନ୍ଦ୍ର ନିକଟରେ ଥିବା ଏକ ମେଡ଼ିସନ ଷ୍ଟୋରରୁ ଇଞ୍ଜେକସନ ନେବା ପରେ ଶିଶୁଟି ଗୁରୁତର ହୋଇପଡ଼ିଥିଲା । ପରେ ଶିଶୁର ପରିବାର ଲୋକେ ଚାନ୍ଦବାଲି ମେଡ଼ିକାଲରେ ଶିଶୁଟିକୁ ଭର୍ତ୍ତି କରିଥିଲେ । ଚାନ୍ଦବାଲି ମେଡ଼ିକାଲରେ ଡ଼ାକ୍ତର ଚିକତ୍ସା କରିବା ବିଳମ୍ଭ କରିବାରୁ ଶିଶୁଟିର ମୃତ୍ୟୁ ହୋଇଗଲା ବୋଲି ମୃତ ଶିଶୁର ପରିବାର ଲୋକ ମେଡ଼ିକାଲରେ ହୋ ହାଲ୍ଲା କରିଥିଲେ । ଘଟଣା ସ୍ଥଳରେ ଚାନ୍ଦବାଲି ପୁଲିସ ପହଁଚି ମୃତ ଶିଶୁର ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା । ମୃତ ଶିଶୁ ଜଣକ ହେଉଛନ୍ତି ସୁକାନ୍ତ ମହାଳିକଙ୍କ ପୁଅ ସୁଧିର ମହାଳିକ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.