Home ଓଡ଼ିଶା ଭୁବନେଶ୍ୱର ବିମାନବନ୍ଦରରେ ଛାତ ଭୁଷୁଡ଼ିବାକୁ ନେଇ ସି.ବି.ଆଇ. ତଦନ୍ତ ଦାବି କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର ବିମାନବନ୍ଦରରେ ଛାତ ଭୁଷୁଡ଼ିବାକୁ ନେଇ ସି.ବି.ଆଇ. ତଦନ୍ତ ଦାବି କଲା ସମାଜବାଦୀ ପାର୍ଟି

185

ଭୁବନେଶ୍ୱର : ୨୫ା୧ (ଓଡ଼ିଆ ପୁଅ) : ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ନିର୍ମାଣଧିନ ଛାତ ଭୁଷୁଡ଼ି ଜଣେ ମୃତ୍ୟୁବରଣ କରିବା ସଙ୍ଗେ ସଙ୍ଗେ ଅନେକ ଶ୍ରମିକ ଆହତ ହୋଇଛନ୍ତି। ଏହା ସୂଚନା ଦେଉଛି ଯେ, ଦାୟିତ୍ୱରେ ଥିବା ଇଂଜିନିୟର ଓ ଠିକାଦାରମାନଙ୍କ ବେପରୁଆ ଓ ନିମ୍ନମାନର କାର୍ଯ୍ୟ ପାଇଁ ଶ୍ରମିକମାନେ ଦୁର୍ଘଟଣାର ଶିକାର ହେଲେ। ଯାହାଦ୍ୱାରା କି ଏଭଳି ଦୁର୍ଘଟଣା ପାଇଁ କାର୍ଯ୍ୟରତ ଇଂଜିନିୟରମାନେ ଦାୟୀ। ସେମାନଙ୍କୁ ଅବିଳମ୍ବେ କାର୍ଯ୍ୟରୁ ବାହାର କରିବା ସଙ୍ଗେ ସଙ୍ଗେ ଠିକାଦାରମାନଙ୍କର ଲାଇସେନ୍ସ ରଦ୍ଦ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ ଗିରଫ କରାଯାଉ ଏବଂ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଦେବା ସଙ୍ଗେ ସଙ୍ଗେ ତାଙ୍କ ପରିବାରରୁ ଜଣଙ୍କୁ ବିମାନ ବନ୍ଦରରେ ଚାକିରୀ ଦିଆଯାଉ। ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହିତ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଦେବାପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ରବି ବେହେରା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.