Home ଓଡ଼ିଶା ଭୁବନେଶ୍ୱର ଏମ୍‌ସରେ ଓଡ଼ିଆ ଭାଷାକୁ ବ୍ୟବହାର ନକରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର ଏମ୍‌ସରେ ଓଡ଼ିଆ ଭାଷାକୁ ବ୍ୟବହାର ନକରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ : ନିରଞ୍ଜନ ପଟ୍ଟନାୟକ

374

ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) – ସାରା ଭାରତ ବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ସ୍ୱତନ୍ତ୍ର ଭାବରେ ଭାଷାଭିତିକ ରାଜ୍ୟର ମାନ୍ୟତା ୧ ଏପ୍ରିଲ ୧୯୩୬ ମସିହାରେ ପାଇଥିଲା କିନ୍ତୁ ଅତି କ୍ଷୋଭ ଏବଂ ବିଡମ୍ବନାର ବିଷୟ ବର୍ତମାନ କେନ୍ଦ୍ର ସରକାରଙ୍କର ଓଡ଼ିଶା ମାଟିରେ ପ୍ରତିଷ୍ଠିତ କେନ୍ଦ୍ରିୟ ଅନୁଷ୍ଠାନ ଏମସ୍‌ରେ ସମସ୍ତ କର୍ମଚାରୀ, ରୋଗୀ ଏବଂ ରୋଗୀମାନଙ୍କର ସମ୍ପର୍କୀୟ ସମସ୍ତ କଥା ହିନ୍ଦି ଭାଷାରେ ଲେଖିବେ ଏବଂ ହିନ୍ଦିଭାଷାର ବ୍ୟବହାର ଅଧିକ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛି।

ଏହା କେନ୍ଦ୍ର ସରକାରଙ୍କର ଓଡ଼ିଶା ଏବଂ ଓଡ଼ିଆ ଭାଷା ପ୍ରତି ତାଙ୍କର କେତେ ହିନମନ୍ୟତା ଓ ହତାଦର ଏଥିରୁ ସ୍ପଷ୍ଟ ପ୍ରତୀୟମାନ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାରି କରାଯାଇଥିବା ଏଭଳି ନିର୍ଦ୍ଦେଶନାମାକୁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ) ରେ କାର୍ଯ୍ୟକାରୀ ନକରିବା ପାଇଁ ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ଓଡ଼ିଶାର ରୋଗୀ ବା ରୋଗୀମାନଙ୍କର ପରିବାର ବର୍ଗ ଏବଂ କର୍ମଚାରୀମାନେ ଯଦି ଓଡ଼ିଆରେ କଥା ହେବେ ନାହିଁ ବା ଓଡ଼ିଆ ଭାଷାରେ ଲେଖିବେ ନାହିଁ ଏବଂ ଦସ୍ତକତଟିଏ ମଧ୍ୟ କରିବେ ନାହିଁ ତାହାହେଲେ ଓଡ଼ିଆ ଭାଷା ଏକ ଭାଷା ହୋଇ ରହିବ କିପରି? ମୁଳତଃ ଏହି ନିର୍ଦ୍ଦେଶନାମା ରୋଗୀ ଓ ରୋଗୀଙ୍କ ପରିବାରବର୍ଗକୁ ବହୁ ଅସୁବିଧାରେ ପକାଇବ। କେନ୍ଦ୍ର ସରକାରଙ୍କର ଏହି ହୀନ ଉଦ୍ୟମ ଓଡ଼ିଆ ଭାଷାକୁ କେବେହେଲେ ନ୍ୟୁନ କରିପାରିବ ନାହିଁ। ଶ୍ରୀଯୁକ୍ତ ପଟ୍ଟନାୟକ କେନ୍ଦ୍ରସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ଅତିଶୀଘ୍ର ପ୍ରତ୍ୟାହାର କରିବାପାଇଁ ଦୃଢ଼ ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.