Home Top News ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ 5T...

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ : ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

68

ଭୁବନେଶ୍ୱର ୧୦-୮ (ଓଡ଼ିଆ ପୁଅ) ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି। ଏହା ଦ୍ୱାରା ସହରରେ Traffic ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି।

ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଛକ, ଓ଼ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଶ୍ରୀ ଏସ ପ୍ରିୟଦର୍ଶୀ. ପୂର୍ତ୍ତ ସଚିବ ଶ୍ରୀ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.