Home ଓଡ଼ିଶା ଭୁବନେଶ୍ୱରରୁ ଆସି ପୁରୀ ଲଜରେ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱରରୁ ଆସି ପୁରୀ ଲଜରେ ଯୁବତୀଙ୍କ ଆତ୍ମହତ୍ୟା

52

ପୁରୀ ୧୧-୯ (ଓଡ଼ିଆ ପୁଅ) : ପୁରୀର ଏକ ଲଜରେ ଜଣେ ଯୁବତୀଙ୍କ ଆତ୍ମହତ୍ୟାର ଖବର ଆସିଛି। ମିଳିଥିବା ସୂଚନା ଅନୂଯାୟୀ, ପୁରୀ ବଡ଼ଶଙ୍ଖ ଅଞ୍ଚଳର ଏଚଆର ଲଜରେ ଜଣେ ୨୨ ବର୍ଷର ଯୁବତୀ ରୁମ୍ ବୁକ୍ କରି ୫୦୦ ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ। ତାଙ୍କର ନାମ ପାୟଲ ମହାନ୍ତି ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ଗଙ୍ଗା ନଗରର ବାସିନ୍ଦା।

ଖବର ଅନୁଯାୟୀ, ଯୁବତୀ ଜଣକ ଘରେ କିଛି ନ ଜଣାଇ ପୁରୀ ଆସିଥିଲେ। ରାତିରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଭୁବନେଶ୍ୱରର ଏକ ଥାନାରେ ସୂଚନା ଦେଇଥିଲେ। କିନ୍ତୁ ତତପରଦିନ ସକାଳେ ପୋଲିସ୍ ପକ୍ଷରୁ ପରିବାରରୁ ଏହି ଦୁଃଖଦ ସୂଚନା ଦିଆଯାଇଥିଲା।

କୁମ୍ଭାରପଡା ପୋଲିସ ଏହି ମାମଲାର ଏବେ ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ସୁଇସାଇଡ୍ ନୋଟ ମିଳିଛି। କିନ୍ତୁ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ। ତେବେ ଆତ୍ମହତ୍ୟା ନୋଟ ପାଇ ପରିବାରକୁ ପୋଲିସ ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.