Home କୋରାପୁଟ ଭୁତଳ ଜଳ ସମସ୍ୟା ଓ ପରିଚାଳନାକୁ ନେଇ ସରକାରୀ କଲେଜରେ ଦିନିକିଆ ତାଲିମ ଶିବିର

ଭୁତଳ ଜଳ ସମସ୍ୟା ଓ ପରିଚାଳନାକୁ ନେଇ ସରକାରୀ କଲେଜରେ ଦିନିକିଆ ତାଲିମ ଶିବିର

128

କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଭୁତଳ ଜଳ ସମସ୍୍ୟା ଓ ପରିଚାଳନାକୁ ନେଇ କୋରାପୁଟ ସରକାରୀ କଲେଜରେ ଦିନିକିଆ ତାଲିମ ଶିବିର ଅନୁଷ୍ଟିତ ହୋଇଯାଇଛି । କେନ୍ଦ୍ରୀୟ ଭୁତଳ ଜଳ ବୋର୍ଡ ଆନୁକୁଲ୍ୟରେ ଆୟୋଜିତ ଶିବିରରେ ଉତ୍ପଳ ଗୋଗୋଇ , ବୈଜ୍ଞାନିକ ଏସ.ସି ବେହେରା ଓ ଜି .ପ୍ରସାଦ , କଲେଜ ଅଧ୍ୟକ୍ଷ ଡ. ଏସ.ଏସ.ପାଢି ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମସ୍୍ୟା ଉପରେ ଆଲୋକପାତ କରିଥିଲେ । ବୈଜ୍ଞାନିକ ଡି .ଏନ.ମଣ୍ଡଳ , ବି .ବି.ସାହୁ ଓ ଜି .ପ୍ରସାଦ ସମସ୍୍ୟା ଓ ସ୍ଥାନୀୟ ସ୍ତରରେ ପରିଚାଳନା କିପରି ହେବ ତାହା ପ୍ରାଞଳ ଭାବେ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଏସ.କେ.ଗରନାୟକ ପରିଚାଳନା କରିଥିବା ବେଳେ ଦିପକ ପଟନାୟକ , ସତୀଶ ସାମାନ୍ତରାୟ , କେ .ଲାକ୍ରା , ବି .ପ୍ରଧାନ ଓ ଡ. ପି .କେ.ପ୍ରଧାନ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାର କୃତୀଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.