Home ଜିଲ୍ଲା ପରିକ୍ରମା ଭିନ୍ନ ଢ଼ଙ୍ଗରେ ପାଳିତ ହେଲା ମହିଳା ଦିବସ : ରକ୍ତ ଦାନ କରି ପାଳିଲେ ବିଶ୍ଵ...

ଭିନ୍ନ ଢ଼ଙ୍ଗରେ ପାଳିତ ହେଲା ମହିଳା ଦିବସ : ରକ୍ତ ଦାନ କରି ପାଳିଲେ ବିଶ୍ଵ ମହିଳା ଦିବସ

90

ପୁରୀ ୮ -୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବର୍ତ୍ତମାନ ପୁରୁଷଙ୍କ ତୁଳନାରେ ମହିଳା ମାନେ ସବୁ କ୍ଷେତ୍ରରେ ଆଗୁଆ କିନ୍ତୁ ରକ୍ତ ଦାନ କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କ ସହୋଯୋଗ କମ ରହୁଚି।ଏହାର କାରଣ ରକ୍ତ ଦାନ ସମ୍ପର୍କରେ ମହିଳା ମାନଙ୍କ ଅଜ୍ଞତା ଓ ଭୟ।ସେଥିପାଇଁ ରକ୍ତ ଦାନ ସଂଗ୍ରହ ମଧ୍ୟ କମ ରହୁଚି।ମହିଳା ମାନଙ୍କ ମଧ୍ୟରେ ଥିବା ରକ୍ତ ଦାନ ସଂପର୍କୀତ ଭୟ ଓ ଅଜ୍ଞାତ କୁ ଦୂର କରିବା ପାଇଁ ବିଶ୍ଵ ମହିଳା ଦିବସ ଅବସରରେ ପୁରୀ ଜିଲ୍ଲା ସ୍ଵେଚ୍ଛାସବୀ ସଂଗଠନ ସାମ୍ମୁଖ୍ୟ ଦି ବେଲ୍ ଓ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ସିଟି ରୋଡ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ହୋଲିଡେ ହୋମ ଠାରେ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ ସ୍ବତନ୍ତ୍ର ମହିଳା ରକ୍ତ ଦାନ ଶିବିର ଆୟଜିତ ହୋଇଯାଇଛି।ଏହି ରକ୍ତ ଦାନ ଶିବିର କୁ ଭୁବନେଶ୍ୱର କାରା ମଣ୍ଡଳ ଅଧିକାରୀ ସନ୍ତୋଶିନି ଦାସ ଉଦଘାଟନ କରି ନିଜେ ମଧ୍ୟ ରକ୍ତ ଦାନ କରିଥିଲେ ଏବଂ କ୍ରମାଗତ ଭାବରେ ରକ୍ତ ଦାନ କଲେ ଦେହ ସୁସ୍ଥ ରହିବା ସହିତ ବିଭିନ୍ନ ରୋଗ ମଧ୍ୟ ହୋଇ ନଥାଏ ତେଣୁ ମହିଳା ମାନେ ଭୟ ନକରି ରକ୍ତ ଦାନ କରିବା ଆବଶ୍ୟକ ବୋଲି କହିଥିଲେ।ପୁରୀ ଷ୍ଟେଟ ବ୍ୟାଙ୍କ୍ ମୁଖ୍ୟ ଶାଖା ର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସମ୍ବିତ କୁମାର ପଟ୍ଟନାୟକ ବେଲ୍ ଅନୁଷ୍ଠାନ ର ଏହି ଅଭିନବ ପ୍ରୟାସ କୁ ଭୂୟାୟଶି ପ୍ରଶଂସା କରିବା ସହିତ, ଷ୍ଟେଟ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟ ରେ ନିଜର ସହଭାଗିତା ରଖିଚି ଓ ଆଗକୁ ମଧ୍ୟ ରଖିବ ବୋଲି କହିଥିଲେ।ଏହି ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିବା ବେଳେ ଦି ବେଲର ଆବାହକ ସିଦ୍ଧାର୍ଥ ରାୟ ସମସ୍ତ ରକ୍ତ ଦାତ୍ରି ମାନଙ୍କୁ ଅନୁଷ୍ଠାନ ତରଫରୁ ଶୁଭେଛା ଜଣାଇବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି ଅବସରରେ ଅନୁଷ୍ଠାନ ତରଫରୁ ରକ୍ତ ଦାନ କ୍ଷେତ୍ରରେ ନିଜର ସ୍ଵତୋନ୍ତ୍ର ପରିଚୟ ସୃଷ୍ଟି କରିଥିବା ସମାଜ କର୍ମୀ ଜୟନ୍ତୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ କ୍ରମକୁ ରତିକାନ୍ତ ପ୍ରତିହାରୀ, ସୁକାନ୍ତ ପଣ୍ଡା, ଗଜଲକ୍ଷ୍ମୀ ରାଏ, ସଞ୍ଜୟ ପ୍ରଧାନ, ସତ୍ୟନୟନ ସାହୁ, ବ୍ରଜ କିଶୋର ସାହୁ, ଉମେଶ ଦାସ, ଅଙ୍କିତା ଦାସ, ସୁଚିସ୍ମିଟା ମହାନ୍ତି, ତନୁଷ୍ରୀ ସିଂ, ବନିତା ଦୀକ୍ଷିତ ପ୍ରଭୃତି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.