Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ବୁଲାଙ୍କୁ ବର୍ଦ୍ଧିତ ଭତ୍ତା ଦାବି

ଭିନ୍ନକ୍ଷମ ବୁଲାଙ୍କୁ ବର୍ଦ୍ଧିତ ଭତ୍ତା ଦାବି

21

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ପାଇଁ ବିଭିନ୍ନ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଶାରୀରିକ ଓ ମାନସିକ ବିକାରଗ୍ରସ୍ତ ଲୋକଟିଏ ଯେଉଁଭଳି ସରକାରୀ ସୁବିଧା ସୁଯୋଗରୁ ବଂଚିତ ନହୁଏ, ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରଶାସନିକ ନିର୍ଦ୍ଦେଶ ମଧ୍ୟ ରହିଛି । ଏହାସତ୍ୱେ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ରହଣିଆ ପଂଚାୟତ ରାଢୋ ଗ୍ରାମର ବୁଲା ଜେନା ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆବଶ୍ୟକ ସହାୟତା ମିଳିପାରିନାହିଁ । ପରିବାର ପ୍ରତିପୋଷଣ ବୟସରେ ବୁଲା ଦୈବ ଯୋଗରୁ ରୋଗଗ୍ରସ୍ତ ହୋଇଗଲେ । ଅନେକ ଚିକିତ୍ସା ପରେ ସେ ଜୀବିତ ରହିଲେ ସିନା, ହେଲେ ସବୁଦିନ ପାଇଁ ଶାରୀରିକ ଭିନ୍ନକ୍ଷମ ଭାବେ ଜୀବନ ଅତିବାହିତ କରୁଛନ୍ତି । ମାସକୁ ମାତ୍ର ୫ ଶହ ଟଙକ୍‌ା ଭତ୍ତା ତାଙ୍କ ବଂଚିବାର ରାହା ପାଲଟିଛି । ଏପଟେ ଶତକଡା ୭୦ ପ୍ରତିଶତ ଭିନ୍ନକ୍ଷମ ଭାବେ ବୁଲାଙ୍କୁ ସ୍ୱୀକୃତି ପତ୍ର ମିଳିଥିବା ବେଳେ ସେ ତତ୍ ସମ୍ବନ୍ଧୀୟ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ମୋଟାମୋଟି ଭାବେ ୭୦ ଭାଗ ଭିନ୍ନକ୍ଷମ ଅନୁସାରେ ତାଙ୍କୁ ୭ ଶହ ଟଙ୍କା ଭତ୍ତା ପ୍ରଦାନ ସହିତ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.