Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଉଦ୍‌ଘାଟନ

ଭିନ୍ନକ୍ଷମ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ଉଦ୍‌ଘାଟନ

21

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ଉପକଣ୍ଠ ଗେଲପୁର ସ୍ଥିତ ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଜିଲ୍ଲାର ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅତ୍ୟାଧୁନିକ ସ୍ମାର୍ଟ କ୍ଲାସ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ସ୍ମାର୍ଟ କ୍ଲାସକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାଶ ଚନ୍ଦ୍ର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଡାକ୍ତର ରେବନ୍ତ କୁମାର ଦାଶ ଏହାକୁ ଉଦ୍‌ଘାଟନ କରିଥିଲେ। ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ମାନସିକ ସ୍ତରରେ କିପରି ଉନ୍ନତ ହୋଇପାରିବ ସେଥିପାଇଁ ଉକ୍ତ ସ୍ମାର୍ଟ କ୍ଲାସ ମାଧ୍ୟମରେ ଜାଣିପାରିବ। ଏଥିପାଇଁ ସେମାନଙ୍କ ମନର ବିକାଶ ମଧ୍ୟ ଘଟିବ। ସେମାନଙ୍କ ପାଇଁ ସମାଜରେ ଠିକ୍ ରୂପେ ବ୍ୟବହାର କରିପାରିବେ। ଉକ୍ତ ଶୁଭ ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଡାକ୍ତର ଶରତ କୁମାର ଆଚାର୍ଯ୍ୟ,ସଭାପତି, ଉପସଭାପତି ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ରଜନୀ ରାଣୀ ପତି ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା “ଆମ୍ଭେ କେହି ନୁହଁ ଅକ୍ଷମ, କରିପାରିବୁ ସବୁ କାମ” ସ୍ଲୋଗାନ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.